ଓଡିଶା

୧୦ ଓ ୧୧ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

(ଦିଲ୍ଲୀ) : ମୋଦିଙ୍କ ସଭାସ୍ଥଳକ ନୋ ଫ୍ଲାଇଂ ଜୋନ୍‌ ଘୋଷଣା । ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉଡ଼ାଣକୁ ବାରଣ । ନୋ ଫ୍ଲାଇଂ ଜୋନ୍‌ ସହ ଡ୍ରୋନ୍‌ ଉଡ଼ାଣ ବାରଣ ପାଇଁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୧୦ ଓ ୧୧ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ।

ସୂଚନାନୁଯାୟୀ , ଭୁବନେଶ୍ୱରରେ ରୋଡ୍ ସୋ’ ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭା । ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ’ । ସେଦିନ ସନ୍ଧ୍ୟା ୬ଟାରୁ ଭୁବନେଶ୍ବରରେ ରୋଡ ସୋ’ କରିବେ ପିଏମ ମୋଦି । ମାଷ୍ଟରକ୍ୟାଣ୍ଟିନରୁ ରୋଡ ସୋ’ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।  ନିର୍ବାଚନ ତାରିଖ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଦେଖିବାକୁ ମିଳୁଛି । ସୁରକ୍ଷା ସମ୍ବନ୍ଧରେ ବୈଠକ ହୋଇଛି । ଭୁବନେଶ୍ବର ବିମାନବନ୍ଦର ଅଧିକାରୀ, SPGଙ୍କ ସହ କମିସନରେଟ ପୋଲିସର ବୈଠକ ହୋଇଛି ।

Related posts

କାଳ ବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ଘର, ଜଣେ ଗୁରୁତର

mahabharatanews

ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ

mahabharatanews

ନଦୀରେ ବୁଡି ପୁଣି ଜଣେ ଶିଶୁ ମୃତ

mahabharatanews