Uncategorized

ଶିଶୁଙ୍କ ପତଳା ଝାଡା କରୋନା ସଂକ୍ରମଣର ଲକ୍ଷଣ ହୋଇପାରେ

ନୂଆଦିଲ୍ଲୀ: ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଲକ୍ଷଣ ମଧ୍ୟ ପରିବର୍ତ୍ତନ କରି ଚାଲିଛି । ସମ୍ପ୍ରତି ଶିଶୁଙ୍କଠାରେ ତରଳଝାଡ଼ା ଓ ଜ୍ବର, କରୋନାର ଲକ୍ଷଣ ହୋଇପା‌ରେ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଶିଶୁମାନଙ୍କ ପେଟରୋଗ ସମ୍ବନ୍ଧୀୟ ଲକ୍ଷଣ ପାକସ୍ଥଳୀରେ ଭୂତାଣୁ ସଂକ୍ରମଣକୁ ଦର୍ଶାଇଛି ବୋଲି ଫ୍ରଣ୍ଟିୟର୍ସ ଅଫ୍ ପିଡିଆଟ୍ରିକ୍ସ ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ସନ୍ଧର୍ଭରେ ପ୍ରକାଶ ପାଇଛି । ଫୁସଫୁସ୍‌ କୋଷିକାରେ ଯେଉଁ ପ୍ରକାର ରିସେପ୍ଟରକୁ ଭୂତାଣୁ ସଂକ୍ରମିତ କରିଥାଏ, ତାହା ଅନ୍ତଃନଳୀରେ ମଧ୍ୟ ଦେଖିବାକୁ ମିଳୁଛି। ଅଧିକାଂଶ ଶିଶୁଙ୍କଠାରେ କରୋନା ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ ଅଳ୍ପ କେତେକ ଶିଶୁଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଏପରିକି ଶିଶୁମାନଙ୍କଠାରେ ଶ୍ବାସକ୍ରିୟା ଜନିତ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ପ୍ରାରମ୍ଭିକ ପର୍ୟ୍ୟାୟରେ ଏହାର ଚିହ୍ନଟ କଷ୍ଟକର ବୋଲି ଚୀନ୍‌ର ଉହାନର ଟଙ୍ଗଜୀ ହସ୍ପିଟାଲ ଗବେଷଣାରୁ ଜଣାପଡ଼ିଛି।
କେବଳ ଶ୍ବାସକ୍ରିୟା ନୁହେଁ, ବରଂ ଅନ୍ତଃନଳୀକୁ ମଧ୍ୟ କରୋନା ଭାଇରସ୍‌ ସଂକ୍ରମିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ନେଚର୍‌ ମେଡିସିନ୍‌ ନାମକ ଏକ ଜର୍ଣ୍ଣାଲରେ ଏ ସଂକ୍ରାନ୍ତ ଏକ ଗବେଷଣାଭିତ୍ତିକ ଲେଖା ପ୍ରକାଶ ପାଇଛି। ମଣିଷ ଓ ବାଦୁଡ଼ିର ଅନ୍ତଃନଳୀର ଏକ ଅର୍ଗାନଏଡ୍ (ପରୀକ୍ଷାଗାରରେ ପ୍ରସ୍ତୁତ ଏକ କ୍ଷୁଦ୍ରାଂଗ) ଉପରେ ଏହାକୁ ପରୀକ୍ଷା କରାଯାଇଥିଲା। ଏହା ମଣିଷ ଠାରେ ମଧ୍ୟ ପରୀକ୍ଷା ହୋଇଛିା। ଉଭୟ କ୍ଷେତ୍ରରେ ସାର୍ସ-କୋଭ୍‌-୨ ଭୂତାଣୁ, ଯାହାକି କି କୋଭିଡ୍‌-୧୯ ରୋଗ ସୃଷ୍ଟି କରୁଛି, ତାହା ବାଦୁଡ଼ିମାନଙ୍କଠାରେ ଦେଖା ଯାଉଥିବା ଗବେଷକମାନେ କହିଛନ୍ତି। ରାଇନୋଲୋଫସ ସିନିସସ୍ ପ୍ରଜାତିର ବାଦୁଡ଼ିରୁ ହିଁ ପ୍ରଥମେ ବାଦୁଡ଼ିର ଅର୍ଗାନଏଡ୍‌ ପ୍ରସ୍ତୁତ କରାଯାଇଥିଲା। ସାର୍ସ-କୋଭ-୨ ଭୂତାଣୁ ଦ୍ବାରା ଏହି ଅର୍ଗାନଏଡ୍‌ ସଂକ୍ରମିତ ହୋଇପାରୁଛି କି ନାହିଁ, ଗବେଷକମାନେ ତାହାର ଯାଞ୍ଚ କରିଥିଲେ। ତେବେ ଅର୍ଗାନଏଡ୍‌ ଭାଇରାଲ ନକଲକୁ ବଜାୟ ରଖିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ତେଣୁ ବାଦୁଡ଼ିର ଅନ୍ତଃନଳୀ କୋଷିକାକୁ ମଧ୍ୟ ସାର୍ସ-କୋଭ-୨ ଭୂତାଣୁ ସଂକ୍ରମିତ କରିପାରୁଥିବା ଏଥିରୁ ସ୍ପଷ୍ଟ ହୋଇଛିା। ଗବେଷକମାନେ ମଣିଷର ଅନ୍ତଃନଳୀ ଅର୍ଗାନଏଡ୍‌ରେ ଭୂତାଣୁ ସଂକ୍ରମଣର ଗବେଷଣା କରିଛନ୍ତି। ଏହା ପ୍ରମାଣିତ ହୋଇଛି। ଏପରିକି ଜଣେ ସଂକ୍ରମିତ ମହିଳାଙ୍କ ମଳରୁ ସାର୍ସ-କୋଭ-୨ ଭୂତାଣୁକୁ ପୃଥକ୍‌ କରିବାରେ ଗବେଷକମାନେ ସଫଳ ହୋଇଛନ୍ତି।

Related posts

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଡାକ୍ତର ବାପା ଝିଅଙ୍କ ମୃତ୍ୟୁ

mahabharatanews

୫ ବର୍ଷରେ ସାରା ଦେଶରେ ୧,୭୫,୬୯୫ ଦୁଷ୍କର୍ମ

mahabharatanews

Leave a Comment