ଅପରାଧ

କର୍ମଚାରୀଙ୍କୁ ମାରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ପାଇପ

କାମାକ୍ଷାନଗର: ବାରମ୍ବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୁଟ ତରାଜ ଭଳି ଘଟଣା ବଢିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପ୍ରାୟ ୨୫ରୁ ଅଧିକ ଦୁର୍ବୃତ୍ତ କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ପମ୍ପ ହାଉସରେ ଲୁଟ କରିଥିବା ଘଟଣା ସାମନାକୁ ଆସିଛି । ଏଥିସହ କର୍ମଚାରୀମାନଙ୍କୁ ମାରପିଟ ମଧ୍ୟ କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତକାଲି ରାତି ପ୍ରାୟ ୧ଟା ବେଳେ ୨୫ରୁ ଉଦ୍ଧ୍ୱର୍ ଦୁର୍ବୃତ୍ତ ରେକୁଳା ପମ୍ପ ହାଉସରେ ପଶିଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ପମ୍ପ ଡ୍ରାଇଭର ଶ୍ରୀଧର ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ ବେହେରାଙ୍କୁ ହାତ ଗୋଡ ବାନ୍ଧି ମାଡ ମାରିଥିଲେ ଦୁର୍ବୃତ୍ତ । ଏହାପରେ ସେମାନଙ୍କ ନିକଟରେ ଥିବା ମେବାଇଲ ଏବଂ ସେମାନଙ୍କ ବେକରେ ଥିବା ସୁନା ଚେନ ମଧ୍ୟ ଲୁଟି ନେଇଥିଲେ । ଏଥିସହ ପମ୍ପ ହାଉସ୍ କ୍ୟାମ୍ପସରେ ଥିବା ଲକ୍ଷାଧିକ ଟଙ୍କାର ପାଇପ ନେଇ ଏହି ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କହିଛନ୍ତି, ହଠାତ୍ ଦୁର୍ବୃତ୍ତମାନେ ପହଞ୍ଚି ରାତି କର୍ମଚାରୀଙ୍କୁ ବାନ୍ଧି କରି ଲକ୍ଷାଧିକ ଟଙ୍କାର ପାଇପ୍ ନେଇଯାଇଛନ୍ତି। ଏନେଇ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି।

Related posts

ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ ଷ୍ଟିଲ ଗ୍ଲାସ

mahabharatanews

ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ

mahabharatanews

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

mahabharatanews

Leave a Comment