ଅପରାଧ

ଭଦ୍ରକ ଅବକାରୀ ବିଭାଗର ଚଢାଉ; ଜବତ ହେଲା ୫୦୦ ବୋତଲ ମଦ

ଭଦ୍ରକ: ରାସ୍ତାକଡରେ ବେଧଡକରେ ଚାଲିଥିଲା ବିଦେଶୀ ମଦ ଦୋକାନ । ତେବେ ଏହି ଦୋକାନ ଉପରେ ପଡିଛି ଭଦ୍ରକ ଅବକାରୀ ବିଭାଗର ନଜର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥନା ଅନ୍ତର୍ଗତ କହଁରାପୋଖରୀ ଛକ ନିକଟରେ ଏକ କେବିନ ଉପରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ମୋଟ ୫୦୦ ବେତଳ ମଦ ଜବତ କରାଯାଇଛି ।
ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଂନ କରାଯାଇ ଭଦ୍ରକ କହଁରାପୋଖରୀ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଦୋକାନ ଛପରେ ଚଢାଉ କରାଯାଇଥିଲା । ଚଢାଉରେ ଏକ ଟିଣ ଘରୁ ୫୦୦ ବୋତଲ ମିଦେଶୀ ମଦ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ । ଏଥି ସହିତ ଘଟଣାରେ ସମ୍ପୃକ୍ତ ଉତ୍ତରବାଡ ଗାଁର କୁଳମଣି ଦାସକୁ ମଧ୍ୟ ଗିରଫ କରାଯାଇଛି । ଜବତ ହୋଇଥିବା ମଦର ମୂଲ୍ୟ ପ୍ରୟ ଏକ ଲକ୍ଷରର ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related posts

ଥାନା ପଡିଶାରେ ଚାଲିଛି ଚୋରା ମୋବାଇଲ କାରବାର

mahabharatanews

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।

mahabharatanews

କ୍ରାଇମ ବ୍ରାଞ୍ଚ ଏଡିଜି କହିଲେ ସନ୍ଦିଗ୍ଧଙ୍କର ହେବ ଲାଇ ଡିଟେକ୍ସନ

mahabharatanews