ଓଡିଶା

ରୋଷେଇ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର, ଜଳିଗଲା ୬ ବଖରା ଘର

ଭଦ୍ରକ: ରଙ୍ଗର ମାହୋଲ ଭିତରେ ଆସିଲା ଦୁଃଖଦ ଖବର । ରୋଷେଇ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର । ନିଆଁ ଲାଗି ଜଳିଗଲା ୩ ପରିବାରର ୬ ବଖରା ଘର । ଗ୍ୟାସ ଟାଙ୍କି ଫାଟି ଘର ଜଳିଯିବା ସହ ଘର ନିକଟରେ ଥିବା ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ସୂଚନା ଅନୁଯାୟୀ,ଭଦ୍ରକ ସହର ନିକଟସ୍ଥ ନରିପୂରର ରମେଶ ଲାଲଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଏଭଳି ଅଘଟଣ ଘଟିଛି । ଘର ଭିତରେ ୩ ଗ୍ୟାସ ଟାଙ୍କିରୁ ଦୁଇଟି ଗ୍ୟାସ ଟାଙ୍କି ଫାଟି ସାରିଛି । ଜଳି ଯାଇଛି ୫ ବଖରା ଘର, ଜଣେ ମହିଳା ଆହତ ହୋଇଛନ୍ତି ।

ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ୍ ନିଆଁ ଲାଗିଯାଇଥିଲା । ଏକାଥରେ ୨ଟି ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେହିଭଳି ନିଆଁକୁ ଦୃଷ୍ଟିରେ ରଖି ମେଡିକାଲ ଛକ ନିକଟରେ ସୁରକ୍ଷା ପାଇଁ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଘଟଣାରେ ଆହତ ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related posts

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଧାରଣା

mahabharatanews