ଖେଳଭାରତ

ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

ଭୋପାଳ: ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ। ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ମୁକାବିଲାରେ ବେଙ୍ଗଲକୁ ମଧ୍ୟପ୍ରଦେଶ ୧୭୪ ରନରେ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପିକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ମୁମ୍ବାଇ ଓ ମଧ୍ୟପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ମଧ୍ୟପ୍ରଦେଶ ୧୯୯୯ରେ ଶେଷ ଥର ଫାଇନାଲକୁ ଉନ୍ନୀତ ହୋଇଥିଲା । ମଧ୍ୟପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୩୪୧ ରନ ସଂଗ୍ରହ କରିଥିଲା । ଜବାବରେ ବେଙ୍ଗଲ ୨୭୩ ରନରେ ଅଲଆଉଟ ହୋଇ ଯାଇଥିଲା । ୩୫୦ ରନର ଟାର୍ଗେଟକୁ ପିଛା କରି ବେଙ୍ଗଲ ୧୭୫ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମ ଇନିଂସରେ ୬୮ ରନରେ ଅଗ୍ରଣୀ ରହିଥିବା ମଧ୍ୟପ୍ରଦେଶ ଦ୍ୱିତୀୟ ଇନିଂସରେ ୨୮୧ ରନ କରିଥିଲା । ୧୬୫ ରନର ଚମତ୍କାର ଇନିଂସ ଖେଳିଥିବା ହିଂମାଶୁ ମନ୍ତ୍ରୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ସେହିପରି ୫ ୱିକେଟ ହାସଲ କରି କୁମାର କାର୍ତିକେୟ ମଧ୍ୟପ୍ରଦେଶ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Related posts

ଏନଡ଼ିଏର ସିଟି ସେୟାରିଂ ଘୋଷଣା

mahabharatanews

ଓମିକ୍ରନ୍ ସୃଷ୍ଟି କରିବ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟ

mahabharatanews

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

mahabharatanews