ମନୋରଞ୍ଜନ

ବେଟିଂ ଆପ୍ ମାମଲା; ଯୋଡିହେଲା ଭାରତୀ ସିଂହଙ୍କ ନାଁ 

(ମୁମ୍ବାଇ) :  ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କୁ ସମନ ପଠାଇବା ଆରମ୍ଭ କରିଛି।  ୧୪ଜଣଙ୍କ ମଧ୍ୟରେ ବଲିଉଡର ଅନେକ ବଡ଼ ବଡ଼ କଳାକର ରହିଥିବା ବେଳେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ମଧ୍ୟ ‌ସୌରଭଙ୍କ ବିବାହରେ ଯୋଗ ଦେଇଥିବା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ଯେତେବେଳେ ଭାରତୀଙ୍କୁ ଏ ସମ୍ପର୍କରେ ପଚରାଗଲା ସେ ‌ସୌରଭ କିଏ ବୋଲି ଜାଣିନଥିବା କହିଥି‌ଲେ। ସେ କହିଥିଲେ, “ମୁଁ ସୌରଭଙ୍କୁ ଜାଣିନାହିଁ। ଆପଣମ‌ାନଙ୍କଠାରୁ ପ୍ରଥମେ ଶୁଣୁଛି। ସୌରଭ କିଏ? ଯାହା ଜାଣିବାକୁ ଚାହୁଛନ୍ତି ସେଥିପାଇଁ ମୋ ମ୍ୟାନେଜରଙ୍କ ସହ କଥା ହୁଅନ୍ତୁ। ମୁଁ ଏହା ବିଷୟରେ କିଛି ଜାଣେ ନାହିଁ।”

Related posts

ଫିଲ୍ମ ‘ଗଦର -୨’  : ହଲରେ ପ୍ରବଳ ଭିଡ଼

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

mahabharatanews

 ଓଟିଟି ପ୍ଲାଟଫର୍ମରେ ‘ପୁଷ୍ପା-୨’

mahabharatanews