ମନୋରଞ୍ଜନ

 ଓଟିଟି ପ୍ଲାଟଫର୍ମରେ ‘ପୁଷ୍ପା-୨’

(ମୁମ୍ବାଇ) : ଜାତୀୟ ପୁରସ୍କାର ଜିତିବାରେ ପରେ ଅଲ୍ଲୁ ଅର୍ଜୁନଙ୍କ  ଚଳଚ୍ଚିତ୍ର ‘ପୁଷ୍ପା-୨’ର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ତାହା ସାମ୍ନାକୁ ଆସିଛି। ଚଳଚ୍ଚିତ୍ରର ପ୍ରଥମ ଭାଗଟି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏବେ ଫିଲ୍ମର ଦ୍ୱିତୀୟ ଭାଗ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍ ହେବ। କିନ୍ତୁ ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ନିର୍ମାତାମାନେ ଏକ ବଡ଼ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ , ପ୍ରେକ୍ଷାଳୟରେ ଫିଲ୍ମର ରିଲିଜ୍ ପୂର୍ବରୁ କେଉଁ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ ହେବ ତାହା ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ନେଟଫ୍ଲିକ୍ସ ନିଜେ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛି।

Related posts

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews

ଶ୍ରେଷ୍ଠ ଶିଶୁ କଳାକାରରେ ସମ୍ମାନିତ ଆଦିବାସୀ ଝିଅ

mahabharatanews

ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ

mahabharatanews