ଓଡିଶା

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ତଳମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଆଉ ଉପରମୁଣ୍ଡରେ ହୀରାକୁଦର ୧୪ଟି ଗେଟ୍ ଖୋଲିଛି । ଫଳରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡ଼ିକ ଫୁଲିବାରେ ଲାଗିଛନ୍ତି । ଆଉ ଏଥିପାଇଁ କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମହାନଦୀର ବ୍ୟାକ୍ ୱାଟର ଯୋଗୁଁ ବୁଡି ଯାଇଛି ଶହ ଶହ ହେକ୍ଟର ଚାଷ ଜମି। କିଛି ସ୍ଥାନରେ ରାସ୍ତା ଓ ପୋଲ ବୁଡ଼ିବା ସହ ସାମାନ୍ୟ ଜଳବନ୍ଦୀ ହୋଇଛନ୍ତି ଲୋକେ।

ରାଜ୍ୟରେ ଏବେ ସେଭଳି ବନ୍ୟା ସ୍ଥିତି ନଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Related posts

ଆଜି ବିଗ୍ରହଙ୍କର ରଥରେ ଅଧର ପଣା ନୀତି

mahabharatanews

ଆସନ୍ତା ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନିସିକାନ୍ତ ମହାପାତ୍ର

mahabharatanews

Leave a Comment