ଔରଙ୍ଗାବାଦ: ମହାରାଷ୍ଟ୍ରର ମରାଠୱାଡାର ପର୍ଭାନି ଓ ବିଡ ଜିଲ୍ଲାରେ ମରିଥିବା କୁକୁଡାଙ୍କ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ଠାବ ହୋଇଛି । ଏହା ପରେ ୨ହଜାରରୁ ଅଧିକ କୁକୁଡାଙ୍କୁ ମରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏହି ନମୁନା ପର୍ଭନୀ ଜିଲ୍ଲାର ସେଲୁ ତହସିଲ ଅନ୍ତର୍ଗତ କୁପ୍ତା ଗାଁ ଓ ବିଡ ଜିଲ୍ଲାର ଲୋଖଣ୍ଡି ସାୱରଗାଁରୁ ସଂଗ୍ରହ କରାଯାଇଥିଲା ।
ଏହା ପରେ ସେହି ସବୁ ଯାଗାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ କୁକୁଡା ମରା ଅଭିଯାନ ଆରମ୍ଭ ହୋଇ ଯାଇଛି । ଏହା ପରେ ସେହି ଅଞ୍ଚଳରେ ପୋଲଟ୍ରି ଉତ୍ପାଦକୁ ବନ୍ଦ କରି ଦିଆଯାଇଛି । ଏହି କୁକୁଡାମରା ଅଭିଯାନରେ ମୁଖ୍ୟତଃ ଗୃହପାଳିତ ପକ୍ଷୀ ଯେମିତି କି କୁକୁଡା, ବତକ, ରହିଛି । ସଂକ୍ରମିତ ଅଞ୍ଚଳରେ ସମସ୍ତ ଗୃହପାଳିତ ପକ୍ଷୀଙ୍କୁ ସାମୂହିକ ହତ୍ୟା କରାଯାଇ ପୋତାଯାଉଛି ।
ପୂର୍ବରୁ କୁପ୍ତା ଓ ଲୋଖଣ୍ଡି ସାୱରଗାଁରେ ମୃତ କୁକୁଡାଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସେହି ନମୁନାରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଶୁକ୍ରବାର ଅଧିକାରୀକ ସୂତ୍ରରୁ ଜଣାପଡିଛି । କୁପ୍ତାରେ ଶନିବାରଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ଏଠାରେ ୪୬୮ କୁକୁଡାଙ୍କୁ ମରାଯାଇ ପୋତା ଯାଇଛି । ସେହିପରି ଲୋଖଣ୍ଡି ସାୱରଗାଁରେ ୧୬ଶହ ପକ୍ଷୀଙ୍କୁ ମରାଯାଇଥିବା ଡ ରବି ସୁରେୱାଡ, ପଶୁପାଳନ ବିଭାଗ ସୂଚନା ଦେଇଛନ୍ତି ।
previous post