ଓଡିଶା

ସମୀରଙ୍କ ଚିକିତ୍ସା ପାଇଁ ବିଧାୟକଙ୍କ  ପ୍ରତିଶ୍ରୁତି 

ରଜନୀକାନ୍ତ ପାତ୍ର/ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଜକର ଗ୍ରାମ ପାଞ୍ଚାୟତ ଅନ୍ତର୍ଗତ ଜେନାପୁର ଗ୍ରାମର ଗରିବ ଶ୍ରମିକ ଦଣ୍ଡପାଣି ଜେନାଙ୍କ ସାନପୁଅ ସମୀର ରୋଗାଗ୍ରସ୍ତ ହୋଇ ଅକଥନୀୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏବେ ପୋଲସରା ବିଧାୟକ ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକଙ୍କ ପ୍ରତିଶ୍ରୁତି ପାଇ ଦଣ୍ଡପାଣିଙ୍କ ପରିବାରେ ଆଶାର ସଂଚାର ହୋଇଛି ।
ଜେନାପୁର ଗ୍ରାମର ଦଣ୍ଡପାଣି ଜେନ ସୁରାଟରେ ଦାଦନ ଶ୍ରମିକ ଭାବେ କାର୍ୟ୍ୟ କରନ୍ତି । ଦୁଃଖ କଷ୍ଟ ଅଭାବ ଅସୁବିଧାରେ ଯେନତେନ ପ୍ରକାରେ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ତାଙ୍କ ଦୁଃଖ ପାଲଟିଛନ୍ତି ତାଙ୍କ ସାନ ପୁଅ । ସମୀରକୁ ଏବେ ୧୩ ବର୍ଷ । ଜନ୍ମରୁ ସବୁକିଛି ଠିକ ଥିଲା । କିନ୍ତୁ ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ହୋଇଗଲେ। ହୁଇଲ ଚେୟାର ତାଙ୍କ ଏକମାତ୍ର ଆଶ୍ରା । ହୁଇଲ ଚେୟାରରେ ବସି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ତାଙ୍କୁ ନବା ଆଣିବା କରନ୍ତି ତାଙ୍କ ପରିବାର ଲୋକେ । କାରଣ, ସେ ମୁଣ୍ଡ ସିଳଖି ବସିପାରୁନାହାଁନ୍ତି ।
ଦଣ୍ଡପାଣିଙ୍କ ତିନି ପୁଅଙ୍କ ମଧ୍ୟରୁ ବଡ଼ପୁଅ କଲେଜରେ ପାଠ ପଢ଼ୁଥିବା ବେଳେ ମଝିଆ ପୁଅ କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ସାନ ପୁଅ ମଧ୍ୟ ସେହି ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ପୁଅର ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ। ପୁଅ ସମୀରର ସେବା ପାଇଁ ମାଆ ନିୟୋଜିତ ଥିବା ବେଳେ ବାପାଙ୍କ ଯାହା ରୋଜଗାର ସେଥିରେ ୪ ପ୍ରାଣୀ ଦୁଇ ଓଳି ଖାଇବା ଓ ବଡ ପୁଅର ପାଠ ପଢା ଖର୍ଚ୍ଚ ଯାଉଛି । ଏପରି ଅବସ୍ଥାରେ ସାନ ପୁଅର ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିବା ସମ୍ଭବ ହେଉନାହିଁ। ଏହି ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜେନାପୁର ଗ୍ରାମକୁ ଯାଇ ଭିନ୍ନକ୍ଷମ ସମୀରଙ୍କୁ ଦେଖି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଏହି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

 

Related posts

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଶରଣକୁଳରେ ସଡକ ଦୁର୍ଘଟଣାରେ ୬ ମୃତ

mahabharatanews