Uncategorized

୩୭ ବର୍ଷରେ ପାଦ ଥାପିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଜି ଜନ୍ମଦିନ । ସିଦ୍ଧାର୍ଥ ଆଜି ୩୭ ବର୍ଷରେ ପାଦ ଥାପିଛନ୍ତି । ୧୯୮୫ ମସିହା ଜାନୁୟାରୀ ୧୬ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥଲେ ସିଦ୍ଧାର୍ଥ । ୨୨ ବର୍ଷରୁ ଅଭିନୟ ଦୁନିଆରେ ପାଦ ଦେଇଥିଲେ ସିଦ୍ଧାର୍ଥ ମଲହୋତ୍ରା । ସିଦ୍ଧାର୍ଥ ତାଙ୍କ ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନରେ ଜାଗା ସୃଷ୍ଟି କରିଛନ୍ତି । ତାଙ୍କର ପିଲାବେଳୁ ହିଁ ଅଭିନୟରେ ତାଙ୍କର ରୁଚି ଥଲା । ପ୍ରଥମେ ମଡେଲିଙ୍ଗ ଓ ତା’ପରେ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ମାଧ୍ୟମରେ ବଲିଉଡ଼୍ରେ ନିଜ କ୍ୟାରିୟର ଆରମ୍ଭ କରିବା ପର୍ୟ୍ୟନ୍ତ ବେଶ୍ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାର୍ଥ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଇଛି ଷ୍ଟୁଡେଣ୍ଟ ଅଫ ଦ ଇୟର (୨୦୧୨), ହସି ତୋ ଫସି (୨୦୧୪),ଏକ ଭିଲେନ୍ (୨୦୧୪) ବ୍ରଦର( ୨୦୧୫), କପୁର ଆଣ୍ଡ ସନ୍ (୨୦୧୬) । ଆଜି ତାଙ୍କର ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

Related posts

ଦେଶରେ ଆଜି ସର୍ବାଧିକ ୨୬ ହଜାର ୫୦୬ ନୂଆ‌ ସଂକ୍ରମିତ ଚିହ୍ନଟ

mahabharatanews

ପବିତ୍ର ତୀର୍ଥଭୂମି ପର୍ଭଣୀ

mahabharatanews

ମାସ୍କ୍‍ ପରିଧାନ କରିବା ଓ ଶାରୀରିକ ଦୂରତା ସଂକ୍ରମଣରୁ ସୁରକ୍ଷିତ ରଖିବ: ଡବ୍ଲୁଏଚଓ

mahabharatanews