ଭାରତ

“ଇଡ଼ିରେ ହାଜର ହୋଇପାରିବେ ନାହିଁ” : ମହୁଆ 

(ଦିଲ୍ଲୀ) : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହୁଆ ମୋଇତ୍ରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ସମନ କରି ମାର୍ଚ୍ଚ ୨୮ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ହେଲେ ଏବେ ହାଜର ହୋଇପାରିବେ ନାହିଁ ବୋଲି ଜବାବ ରଖିଛନ୍ତି ମହୁଆ ମୋଇତ୍ରା ।

ସୂଚନାନୁଯାୟୀ , ଟିଏମସି ନେତ୍ରୀ ଗୁରୁବାର ଦିନ କୃଷ୍ଣନଗର ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବୋଲି କହିଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ ସେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି, ତେଣୁ ସେ ଆଜି ପଚରାଉଚରା ପାଇଁ ହାଜର ହୋଇପାରିବେ ନାହିଁ। ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଇଡି ଆଉ ଏକ ସମନ ପଠାଇଥିଲା ଏବଂ ମାର୍ଚ୍ଚ ୨୮ରେ ପଚରାଉଚରା ପାଇଁ ଡାକିଥିଲା।

Related posts

ଦେଶରେ ପୁଣି୨୦ ହଜାରେ ଟପିଲା ସଂକ୍ରମଣ ; ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି

mahabharatanews

ଜି-୨୦ ଶିଖର ସମ୍ମିଳନୀ ସମୟରେ ଡ୍ରୋନ୍‌ ଠାବ 

mahabharatanews

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ: ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ

mahabharatanews