ଓଡିଶା

୧୧୭ କ୍ଵିଣ୍ଟାଲ ମହୁଲ ଜବତ 

(ନବରଙ୍ଗପୁର) : ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି। ଅବକାରୀ ବିଭାଗର ନବରଙ୍ଗପୁର ଜିଲ୍ଲା ଅବକାରୀ ୟୁନିଟ୍‌, ଅବକାରୀ ସବ-ଇନ୍ସପେକ୍ଟର ଡ।ବୁଗା, ପାପଡ଼ାହାଣ୍ଡି ଓ ଉମରକୋଟ ଅବକାରୀ ଥାନାର କର୍ମଚାରୀମାନେ ମିଳିତ ଭାବରେ କାର୍ଯ୍ୟ ସମ୍ପାଦନ କରି ଆଜି ଭୋରୁ ୫ଟାରେ ଚଢ଼ାଉ କରିଥିଲା।

ସୂଚନାନୁଯାୟୀ, ଯାହାର ମୋଟ ପରିମାଣ ଥିଲା ମୋଟ ୧୧୭ କ୍ଵିଣ୍ଟାଲ ୬୬ କିଲୋ ଗ୍ରାମ। ଏହାର ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଉମରକୋଟ ଅବକାରୀ ଥାନା ଓଆଇସି ତିଳକ ରାମ ସୂଚନା ଦେଇଛନ୍ତି। ଅଭିଯୁକ୍ତ ରିକ ରାମ ପାତ୍ର ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହେଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଦେବବ୍ରତ ମଜୁମଦାରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ତେବେ ଏତେ ପରିମାଣରେ ମହୁଲକୁ ଜବତ କରିବା ଉମରକୋଟ ଅବକାରୀ ବିଭାଗର ଏକ ସର୍ବ କାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ତେବେ ଜବତ ହେଇଥିବ।

Related posts

ଗତ ୨୪ ଘଣ୍ଟାରେ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ

mahabharatanews

୧୮ରୁ ପୁଣି ବର୍ଷା ଆରମ୍ଭ 

mahabharatanews

‘ନୂଆଁଖାଇ’ପର୍ବ : ବଜାରରେ ଭିଡ଼ ପ୍ରବଳ 

mahabharatanews