ଓଡିଶା

କରୋନାରେ ଶିକ୍ଷକଙ୍କ ମୃତ୍ୟୁ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଏମଭି-୩୦ ପିୟୁପି ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ଯାମିନୀ କାନ୍ତ ରାଉତଙ୍କ କରୋନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ସମ୍ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ତାଙ୍କ ପରିବାର ସହ ସେ ବାଲିମେଳାରେ ରହୁଥିଲେ । ସେ ଜିଲ୍ଲାପରିଷଦ ଶିକ୍ଷକ ଭାବେ ମାଲକାନଗିରି ଜିଲ୍ଲାରେ କାର୍ୟ୍ୟ କରି ଆସୁଥିଲେ ଏବଂ ୨୦୧୨ରେ ରେଗୁଲାର ଶିକ୍ଷକ ଭାବେ କୋରୁକୋଣ୍ଡା ବ୍ଲକ ଅଧିନରେ ଶିକ୍ଷକତା କରୁଥିଲେ । ଆଜି କୋରୁକୋଣ୍ଡା ବ୍ଲକ ଶିକ୍ଷାଅଧିକାରୀ ମାନେ ଯାମିନୀ କାନ୍ତ ରାଉତଙ୍କ ଅକାଳ ବିୟୋଗରେ ଶୋକ ସଭା କରିବା ସହ ତାଙ୍କ ପରିବାରଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ପ୍ରଶାନ୍ତ କୁମାର ବେହେରା ଏବଂ ପ୍ରଭାତ ପରିଡା ବାଲିମେଳାକୁ ଯାଇ ତାଙ୍କ ସ୍ତ୍ରୀ ତପସ୍ଵିନୀ ଦାସଙ୍କୁ ସେହି ଟଙ୍କା ଦେଇଥିଲେ । ତାଙ୍କର ୪ ବର୍ଷର ଗୋଟାଏ ଝିଅ ରହିଛି । ତାଙ୍କ ଘର ଯାଜପୁର ଜିଲ୍ଲାର ମହାକାଳ ପଡାରେ ବୋଲି ଜଣାପଡିଛି । ଆଜି ସ୍ୱର୍ଗତ ରାଉତଙ୍କ ଶବ ତାଙ୍କ ସାନ ଭାଇଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ଦାହ କରାଯାଇଥିବା ସୂଚନା ମିଳିଛି ।

Related posts

ଯୁବକଙ୍କୁ ଟାଣି ନେଲା କୁମ୍ଭୀର

mahabharatanews

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews

ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘର ବାରି ଶୂନ୍ୟ ପରିବାର

mahabharatanews