(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଢା ପଞ୍ଚାୟତର ଆଦିବାସୀ ଗ୍ରାମ ବୁଟିଗୁଡାରେ ପ୍ରଥମ କରି ମାଗଣା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରର ଆୟୋଜନ ପାଇଁ ଜିଲ୍ଲାର ବିଭିନ୍ନ ଯୁବ ଗୋଷ୍ଠୀ ଆଗେଇ ଆସିଛନ୍ତି । ଏଥିପାଇଁ ମାଲକାନଗିରିର ବିଭ ଅଭାବକୁ ପୁରଣ କରିବା ପାଇଁ ବିଭିନ୍ନ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି । ଗୁରୁବାର ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସାମାଜିକ ଦୂରତା ରକ୍ଷା କରି ଆଦିବାସୀ ଯୁବକମାନେ ରକ୍ତଦାନ କରିଛନ୍ତି । ରକ୍ତଦାନ ପୂର୍ବରୁ ଗାଁରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ସମୁଦାୟ ୧୫ ୟୁଟିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ରାସବେଢା ପଚାଂୟତ ସରପଞ୍ଚ ପ୍ରମିଳା ଗୁଟା, ସମ୍ମାନିତ ଅତିଥି ଭାବେ ଓଡିଶା ଜୀବିକା ମିଶନ ଶକ୍ତି ଜିଲ୍ଲା ଯୋଜନା ଅଧିକାରୀ ପବିତ୍ରମୋହନ ବାରା, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଓ ଜିଲ୍ଲା ରେଡକ୍ରସ ସଂସ୍ଥାର ଆବାହକ ଅଧ୍ୟାପକ ରଜଂନ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।
previous post