ଭାରତ

ଜଳମଗ୍ନ ଦିଲ୍ଲୀ: ନାହିଁ ବିଦ୍ୟୁତ, ହୋଇପାରୁନି ଯାତାୟାତ ସୁବିଧା

(ଦିଲ୍ଲୀ) : ବିପଦ ସଂକେତ ଡେଇଁବା ପରେ ଯମୁନା ଜଳସ୍ଥର  ଜଳମଗ୍ନ ହୋଇପଡିଛି ରାଜଧାନୀ ଦିଲ୍ଲୀ। ସବୁଠି ସ୍ଥିତି ସଙ୍ଗୀନ। ପ୍ରବଳ ବର୍ଷା ପରେ ଦିଲ୍ଲୀର ଯମୁନା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଯମୁନାର ଜଳ ସ୍ତର ବୃଦ୍ଧି ହେତୁ ଅନେକ ଅଞ୍ଚଳରେ ଅବସ୍ଥା ବିଗିଡି ଯାଇଛି। ନିମ୍ନମାନର ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ସୂଚନାନୁଯାୟୀ , ରାତି ସୁଦ୍ଧା ବନ୍ୟାରେ ଫସି ରହିଥିବା ୫୦୦୦ରୁ ଅଧିକ ଲୋକ ବ୍ୟତୀତ ଶହ ଶହ ଗୋରୁଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ରିଲିଫ କ୍ୟାମ୍ପକୁ ପଠାଯାଇଥିଲା। ବର୍ଷା ହେତୁ ବିଦ୍ୟାଳୟରେ ପ୍ରଥମ ପରୀକ୍ଷା ବାତିଲ କରାଯାଇଥିଲା।  ସୋନିଆ ବିହାର, ଜାମିଆ, ଚହଲା, ଯମୁନା ବଜାର, ସଙ୍ଗମ ବିହାର ସମେତ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଏକ ଘଣ୍ଟା ପାଇଁ ବନ୍ଦ ହୋଇଯାଉଛି। ବିଦ୍ୟୁତ୍ ବିତରଣ କମ୍ପାନୀ କହିଛି ଯେ ବିଦ୍ୟୁତ୍ ଅଭାବ ନାହିଁ। ପ୍ରଶାସନର ନିର୍ଦ୍ଦେଶରେ ବିଦ୍ୟୁତ କାଟ କରାଯାଉଛି। ବନ୍ୟା ଯୋଗୁଁ ବିଦ୍ୟୁତ ତାର ସମସ୍ୟା ଦେଖାଦେଇଛି।

Related posts

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

mahabharatanews

ଗରମପାଣିରୁ ଉଦ୍ଧାର ହେଲା ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ

mahabharatanews

ଚାଲିଛି  ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ

mahabharatanews