କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦକ୍ଷିଣ କୋଲକାତା ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ । ଭବାନୀପୁର ବିଧାନସଭା ଆସନରୁ ମମତାଙ୍କ ନାମକୁ ଦଳ ବିଧିବଦ୍ଧ ଭାବେ ଘୋଷଣା କରିଛି । ଭବାନୀପୁର ହେଉଛି ମମତାଙ୍କ ନିଜ ଆସନ । ୨୦୧୧ ଉପନିର୍ବାଚନ ଓ ୨୦୧୬ ନିର୍ବାଚନରେ ଭବାନୀପୁରରୁ ମମତା ଜିତି ଆସିଛନ୍ତି । କିନ୍ତୁ ୨୦୨୧ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ନନ୍ଦିଗ୍ରାମରୁ ଲଢି ବିଜୟ ସାବ୍ୟସ୍ତ କରିବାକୁ ଚ୍ୟାଲେଞ୍ଜ କରିବାରୁ ମମତା ଏହି ଅ।।ସନରୁ ଲଢି ପରାଜୟ ବରଣ କରିଥିଲେ ।
ମମତା ବ୍ୟକ୍ତିଗତଭାବେ ପରାଜୟ ବରଣ କରିଥିଲେ ମଧ୍ୟ ଟିଏମସି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ନଭେମ୍ବର ୪ ପୂର୍ବରୁ ତାଙ୍କୁ ବିଧାୟକ ଭାବେ ବିଜୟ ହାସଲ କରିବାକୁ ହେବ । ତେଣୁ ଭବାନୀପୁରରୁ ସେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ଉପନିର୍ବାଚନର ଭୋଟ ଗଣତି ଅକ୍ଟୋବର ୩ରେ ହେବ।