Uncategorized

ପୁଣି ମହାପ୍ରଭୁଙ୍କୁ ଅପମାନ

ପୁରୀ : ଜରେ ଜଗତ, ଜରେ ଜଗନ୍ନାଥ । ଯିଏ ସାରା ଜଗତକୁ ତା ହାତମୁଠାରେ ଚଲଉଛି । ଯାହା ଚକା ଆଖିକୁ ଥରେ ଚାହିଁ ଦେଲେ ମୃତ ବ୍ୟକ୍ତିବି ଉଦ୍ଧାର ପାଇଯାଉଛି । ହେଲେ ତାକୁ ଆଜି ମୁର୍ବ୍ଦାର କରିଦିଆ ଯାଇଛି । କାଠ କଣ୍ଡେଇ ପରିକା ଟଲିରେ ଥୋଇ ନିଆ ଜାଉଛି । ଓଡିଆଙ୍କ ମଉଡମଣୀ କାଳିଆ ସାଆନ୍ତ । ଆମ ଠାକୁର ଆମର ଗର୍ବ । ହେଲେ ଏ ଦୃଶ୍ୟ ଦେଖିଲା ପରେ ନିଜକୁ ଧିକ୍କାର କରିବାକୁ ଇଚ୍ଛା ହେଉଛି । ଇଏ ଭଗବାନଙ୍କ ପ୍ରତି କି ପ୍ରାର ଭକ୍ତି । ପୁରୀ ବଡଦାଣ୍ଡ, ଭାଗ୍ୟର ଦାଣ୍ଡ । ଯାହା ଭାଗ୍ୟରେ ଥିବ କବଳ ସେହିଁ କଳା ଠାକୁରଙ୍କୁ ଦର୍ଶନ କରିପାରିବ । କାହାର ଡୋରି ନଲାଗିଲେ କେହି ଜଗାକୁ ଦର୍ଶନ କରିପାରେନା । ସମସ୍ତଙ୍କ ଜୀବନ ଡୋରୀ ଯାହା ହାତରେ ଆଜି ତାଙ୍କୁ ଗୋଟେ କପଡା ଡେରୀରେ ବନ୍ଧି ନେଉଛନ୍ତି ଏ ଅବୋଦ୍ଧ ମଣିଷ ।
ପୁର୍ବରୁ ବାଲେଶ୍ୱରରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଆଉ ଏବେ ତାର ପୁନରାବୃତି ପୁରୀରେ ଦେଖିବାକୁ ମଳିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟ୍ରଲିରେ ବାନ୍ଧି ବୋହିନେଲେ ଚାଳକ । ଏପରି ସ୍ପର୍ଶକାତର ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବହୁତ କୁଠାର ଘାତ କରିଛି । ଖବର ଅନୂଯାୟୀ ଏକ ଟେଣ୍ଟ ହାଉସ କର୍ମ ଚାରି ଏକ କାର୍ୟକ୍ରମ ସରିବା ପରେ ଟ୍ରଲିରେ ବୋହିକି ମହାପ୍ରଭୁ ଶ୍ରୀ ବଲଭଦ୍ର ଓ ସୁଭଦ୍ରାଙ୍କୁ ନେଉ ଥିଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଈ ରାଲ ପରେ ବିଭି୍ନ ମହଲରେ ତୀବ୍ର ଅଷୋନ୍ତଷ ଦେଖା ଦେଇଛି । ତୁରନ୍ତ ଉକ୍ତ ଟେଣ୍ଟ ହାଉସ ମାଲିକ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଭକ୍ତ ମହଲରେ ଦାବୀ ହୋଇଛି ।

Related posts

ଭୁଶୁଡ଼ିଲା ବିଲ୍ଡିଂ : ଗୋଟିଏ ପରିବାରର ୩ ମହିଳା ମୃତ

mahabharatanews

୩ ଚୀନ କମ୍ପାନୀର ପ୍ରୋଜେକ୍ଟ ରଦ୍ଦ କଲା ମହାରାଷ୍ଟ୍ର ସରକାର

mahabharatanews

ମୁସଲିମ ଲିଗ ପାଇଁ ଲଢିବେ କପିଲ ସିବଲ୍

mahabharatanews