Uncategorized

ମୁସଲିମ ଲିଗ ପାଇଁ ଲଢିବେ କପିଲ ସିବଲ୍

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ୍କୁ ସଂସଦ୍ୟ ଉଭୟ ଗୃହରୁ ସ୍ୱୀକୃତି ମିଳି ସାରିଛି । ଏହାପରେ ରାମନାଥ କୋବିନ୍ଦଙ୍କ ହସ୍ତାକ୍ଷର ପାଇଁ ପଠାଯାଇଛି । ଅନ୍ୟପଟେ ଗୁରୁବାର ଦିନ ଏହି ବିଲ୍ ବିରୋଧରେ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଖଲ କରାଯାଇଛି । ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ତରଫରୁ ଦାଖଲ କରାଯାଇଛି । ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଯାଇପାରିବନି ବୋଲି ମୁସଲିମ ଲିଗ କହି ଆସିଛି । ଏଣୁ ଏହି ବିଲକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଧ କରିବା ପାଇଁ ଦାବି କରିଛି । କଂଗ୍ରେସର ବରିଷ୍ଠ ନେତା ଏବଂ ଆଇନଜୀବୀ କପିଲ ସିବଲ୍ ମୁସଲିମ ଲିଗ ତରଫରୁ ସୁପ୍ରିମକୋର୍ଟରେ ଏହି ମାମଲାର ପକ୍ଷ ରଖିବେ ।
ଅନ୍ୟପଟେ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ମଧ୍ୟ ବିଧେୟକ ବିରୋଧରେ ଯାଚିକା ଦାଖଲ କରିପାରେ । ଏହି ବିଲ ମୁସଲିମ ଲିଗର ମୂଳ ସିଦ୍ଧାନ୍ତ ବିରୋଧରେ ରହିଛି । ଏଣୁ ରାଜ୍ୟସଭାରେ ପାରିତ ହୋଇଥିବା ଏହି ବିଲ ବିରୋଧରେ ଆମେ ମାମଲା ରୁଜୁ କରିଛୁ ବୋଲି ମୁସଲିମ ଲିଗର ସାଂସଦ ପିକେ କୁନହାଲକୁଟ୍ଟୀ କହିଛନ୍ତି ।

Related posts

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ ପାଇବେ କରୋନା ଟୀକା

mahabharatanews

ନାଗପୁର ହସ୍ପିଟାଲରୁ ୫ କୋରୋନା ସନ୍ଦିଗ୍ଧ ଫେରାର, ସହରରେ ହାଇ ଆଲର୍ଟ

mahabharatanews

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews