Uncategorized

ମୁସଲିମ ଲିଗ ପାଇଁ ଲଢିବେ କପିଲ ସିବଲ୍

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ୍କୁ ସଂସଦ୍ୟ ଉଭୟ ଗୃହରୁ ସ୍ୱୀକୃତି ମିଳି ସାରିଛି । ଏହାପରେ ରାମନାଥ କୋବିନ୍ଦଙ୍କ ହସ୍ତାକ୍ଷର ପାଇଁ ପଠାଯାଇଛି । ଅନ୍ୟପଟେ ଗୁରୁବାର ଦିନ ଏହି ବିଲ୍ ବିରୋଧରେ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଖଲ କରାଯାଇଛି । ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ତରଫରୁ ଦାଖଲ କରାଯାଇଛି । ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଯାଇପାରିବନି ବୋଲି ମୁସଲିମ ଲିଗ କହି ଆସିଛି । ଏଣୁ ଏହି ବିଲକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଧ କରିବା ପାଇଁ ଦାବି କରିଛି । କଂଗ୍ରେସର ବରିଷ୍ଠ ନେତା ଏବଂ ଆଇନଜୀବୀ କପିଲ ସିବଲ୍ ମୁସଲିମ ଲିଗ ତରଫରୁ ସୁପ୍ରିମକୋର୍ଟରେ ଏହି ମାମଲାର ପକ୍ଷ ରଖିବେ ।
ଅନ୍ୟପଟେ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ମଧ୍ୟ ବିଧେୟକ ବିରୋଧରେ ଯାଚିକା ଦାଖଲ କରିପାରେ । ଏହି ବିଲ ମୁସଲିମ ଲିଗର ମୂଳ ସିଦ୍ଧାନ୍ତ ବିରୋଧରେ ରହିଛି । ଏଣୁ ରାଜ୍ୟସଭାରେ ପାରିତ ହୋଇଥିବା ଏହି ବିଲ ବିରୋଧରେ ଆମେ ମାମଲା ରୁଜୁ କରିଛୁ ବୋଲି ମୁସଲିମ ଲିଗର ସାଂସଦ ପିକେ କୁନହାଲକୁଟ୍ଟୀ କହିଛନ୍ତି ।

Related posts

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews

ଏନଆରସି ପତିବାଦ ହିଂସାରେ ୩୦ ମୃତ

mahabharatanews

Leave a Comment