ମନୋରଞ୍ଜନ

 ରଶ୍ମିକା ‘ଡିପ୍‌ଫେକ୍‌’ମାମଲା : ଅଭିଯୁକ୍ତ ଗିରଫ  

(ମୁମ୍ବାଇ) : ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ‘ଡିପ୍‌ଫେକ୍‌’ ଭିଡିଓକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏବେ ଆକ୍ସନ ମୋଡ୍‌କୁ ଆସିଛି ପୁଲିସ୍‌। ଏହି ମାମଲାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ପୁଲିସ୍‌କୁ ନୋଟିସ୍‌ ପଠାଇବା ପରେ ପୁଲିସ୍‌ ତତ୍ପରତା ଦେଖାଇଥିଲା। ନଭେମ୍ବର ୨୦୨୩ରେ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ସୂଚନାନୁଯାୟୀ , ପ୍ରକୃତରେ ଭିଡିଓରେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ ଥିବା ବେଳେ ଡିପ୍‌ଫେକ୍‌ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ମୁହଁକୁ ଏଡିଟ୍ କରିବା ସହ ରଶ୍ମିକାଙ୍କ ମୁହଁ ଲଗାଯାଇଥିଲା। ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବାରୁ ଏହା ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Related posts

ଜାଣନ୍ତୁ ଫିଲ୍ମ ‘ଓଏମଜି-୨’ପାଇଁ କେତେ କୋଟି ନେଇଛନ୍ତି ଅକ୍ଷୟ କୁମାର

mahabharatanews

ଗିରଫ ହେଲେ ରାକ୍ଷୀ ସାୱନ୍ତଙ୍କ ଭାଇ

mahabharatanews

ଦଶମ ଦିନରେ ‘ଦ କେରଳ ଷ୍ଟୋରି’  

mahabharatanews