ଭାରତ

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମାନସ ଓ ସୁଲତା

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ। ନବ ନିର୍ବାଚିତ ସାଂସଦ ଶ୍ରୀ ମଙ୍ଗରାଜ ଓ ଶ୍ରମତୀ ଦେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ। ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଦେଓ ଶପଥ ନେବା ପରେ ସସ୍ମିତ ପାତ୍ର ମଧ୍ୟ ଶପଥ ନେଇଥିଲେ। ଶ୍ରୀ ମଙ୍ଗରାଜ ପୂର୍ବରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ। ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ସେହିପରି ଶ୍ରୀମତୀ ଦେଓ ପ୍ରଥମେ ବରୀ ବ୍ଲକରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ରାଜ୍ୟ ସମାଜମଙ୍ଗଳ ବୋର୍ଡର ଅଧ୍ୟକ୍ଷା ହୋଇଥିଲେ। ପରେ ତାଙ୍କୁ ବିଜେଡିର ମୁଖପାତ୍ର କରାଯାଇଥିଲା। ଶ୍ରୀମତୀ ଦେଓ ବିଭିନ୍ନ ଟେଲିଭିଜନ ବିତର୍କରେ ଭାଗ ନେଇ ଦଳର ପକ୍ଷ ରଖିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Related posts

 ଆସନ୍ତାକାଲିଠୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ସର୍ବ ସାଧାରଣ

mahabharatanews

ଅଲ-ଶିଫା ହସ୍ପିଟାଲରେ ପଶିଲେ ଇସ୍ରାଏଲ ସେନା

mahabharatanews

ଆର୍ଯ୍ୟନଙ୍କୁ ମିଳିଲା କ୍ଲିନ୍ ଚିଟ୍

mahabharatanews