(ମଣିପୁର) : ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ପୁଣି ଏଠାରେ ହିଂସାରେ ଗଲଣି ଅନେକ ଜୀବନ । ପୁଣି ହିଂସାକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଏହି ହିଂସାରେ ୧୨ ଜଣ ଆହତ ହୋଇଛନ୍ତି ।
ସୂଚନାନୁସାରେ, ସାଧାରଣ ନାଗରିକଙ୍କ ଉପରେ ଗୁଳି ବିନିମୟ ହୋଇଛି । ମଣିପୁର ସରକାର ଦାବି କରିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ସୁରକ୍ଷା କର୍ମୀମାନେ ୪୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । କିଛି ଦିନ ପୂର୍ବେ ଜାତିଗତ ହିଂସାରେ ୭୫ ଜଣଙ୍କର ଜୀବନ ଯାଇଛି । ଏବେ ପୁଣି କୁକି ଆତଙ୍କବାଦୀ ପୋଡ଼ାଜଳା କରିବାରୁ ସାନି ହିଂସା ଆରମ୍ଭ ହୋଇଯାଇଛି । ହିଂସାକାଣ୍ତ ପରେ ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବର ଜିଲ୍ଲାମାନଙ୍କରେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ସକାଳ ୫ ଟାରୁ ସଂଧ୍ୟା ୪ଟା ପର୍ଯ୍ୟନ୍ତ ଆରାମ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସକାଳ ୧୧.୩୦କୁ ହ୍ରାସ କରାଯାଇଛି ।