Uncategorized

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ଆବେଦନ , ଜୁନ ୨୮ ରେ ଆସିବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜିଠୁ ଅନଲାଇନରେ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିଆ ଆରମ୍ଭ ହୋଇଛି ।ଆସନ୍ତା ଜୁନ ୨୦ ଜାଏ ସାମସ ଓଡ଼ିଶା ସାଇଟରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
ଜୁନ୍ ୨୦ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ୨୯ ଜୁନ୍ରୁ ଜୁଲାଇ ୫ ତାରିଖ ହେବ ପ୍ରଥମ ପର୍ୟ୍ୟାୟ ନାମଲେଖା ଚାଲିବ। ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ। ଜୁଲାଇ ୧୪ ରୁ ୧୭ ହେବ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା । ଦୁଇଟି ପର୍ୟ୍ୟାୟରେ ହେବ ନାମଲେଖା । ୧୯ ଜୁଲାଇ ସ୍ପଟ୍ ଆଡ଼ମିଶନ ପାଇଁ ତାଲିକା ପ୍ରକାଶ ପାଇବ । ୧୯ ରୁ ୨୧ ତାରିଖ ଅନ୍ଲାଇନରେ ଚଏସ୍ ଲକିଂ ଏବଂ ୨୬ରେ ହେବ ସ୍ପଟ୍ ଆଡ଼ମିଶନ । ଜୁଲାଇ ୨୯ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠ ପଢା।

 

Related posts

ନେତନ୍ୟାହୁ ଲିକୁଡ ପାର୍ଟି ଅଧ୍ୟକ୍ଷ ନିର୍ବାଚିତ

mahabharatanews

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନୀଳାଚଳ ଷ୍ଟିଲ ପ୍ଲାଣ୍ଟରୁ ପ୍ରତ୍ୟାହାର ହେବ ପୁଞ୍ଜି

mahabharatanews

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ

mahabharatanews