ଭାରତ

ମଣିପୁର ହିଂସା; ୫୩  ଅଧିକାରୀଙ୍କ ଟିମ୍ ଗଠନ କଲା ସିବିଆଇ

(ମଣିପୁର)  : ମଣିପୁର ହିଂସା ପୁରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇ ୫୩  ଅଧିକାରୀଙ୍କ ଏକ ଟିମ୍ ଗଠନ କରିଛି। ଏଥିରେ ତିନିଜଣ ଅଧିକାରୀ ଡିଜି ମାନ୍ୟତା ପାଇଥିବାବେଳେ ୨ ଜଣ ମହିଳା ଅଧିକାରୀ ରହିଛନ୍ତି । ମଣିପୁରରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ମାମଲାର ତଦନ୍ତ ପାଇଁ ମହିଳା ଅଧିକାରୀଙ୍କୁ ଏହି ଦଳରେ ଅନ୍ତର୍ଭୁକ୍ତ କରାଯାଇଛି।

ସୂଚନାନୁଯାୟୀ ,  କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି । ଏହି ହିଂସାକାଣ୍ତରେ 165 ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସାକୁ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଏବଂ ଆନାସ୍ଥା ପ୍ରାସ୍ତାବ ଆଣିଥିଲେ ।

Related posts

ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହାତ

mahabharatanews

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

ପୁଣି ବଢ଼ିଲା କରୋନା ସଂକ୍ରମଣ; ୧୮,୩୧୩ ଆକ୍ରାନ୍ତ ଚିହ୍ନଟ

mahabharatanews