ଓଡିଶା

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

ବାଲୁଗାଁ : ଚଳିତ ବର୍ଷ ଓଡିଶା ଶିକ୍ଷା ସେବା ସ୍ତରରେ ସମୁଦାୟ ୧୬୦ ଜଣଙ୍କ ମଧ୍ୟରୁ ୧୧୮ ନମ୍ବର ରାଙ୍କରେ କୃତିତ୍ଵ ହାସଲ କରି ଓଡିଶା ଶିକ୍ଷା ବିଭାଗର ଅଧିକାରୀ ହୋଇ ବାଲୁଗାଁ ଅଞ୍ଚଳପାଇଁ ଗୌରବ ଆଣିଛନ୍ତି ଶ୍ରୀମତୀ ସ୍ଵାଧିନା ମଞ୍ଜରୀ ବେହେରା। ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା ସାଉଣ୍ଟିଛନ୍ତି ଶ୍ରୀମତୀ ସ୍ଵାଧିନା ମଞ୍ଜରୀ। ଏହା ପୂର୍ବରୁ ଦୀର୍ଘ ପାଞ୍ଚ ବର୍ଷ ହେବ ସ୍ଵରଣ କାଳିଜାଇ ଅପର୍ ପ୍ରାଇମେରି ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଉଥିଲେ । ଚନ୍ଦରାପୁଟ ସରକାରୀ ବିଦ୍ୟାଳୟରେ ଦଶବର୍ଷ ହେବ ଶିକ୍ଷାଦାନ କରିଆସୁଥିଲେ। ଗତ ୨୦୨୨ ଅଗଷ୍ଟ ୨ତାରିଖରୁ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ରୂପେ କାର୍ୟ୍ୟ ସମ୍ପାଦନ କରିଥିଲେ।  ପରେ ୨୦୨୨-୨୩ ଓଡିଶା ଶିକ୍ଷା ସେବା ପରୀକ୍ଷାରେ ୧୧୮ ନମ୍ବର ରାଙ୍କରେ କୃତକାର୍ୟ୍ୟ ହୋଇ ଚଳିତ ମାସ ୧୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରି ପ୍ରଧାନ ଶିକ୍ଷୟତ୍ରୀ ରୂପେ ଗୁରୁବାର ବିଦ୍ୟାଳୟରେ ଯୋଗଦାନ କରିଛନ୍ତି।

ଶ୍ରୀମତୀ ସ୍ଵାଧିନା ମଞ୍ଜରୀଙ୍କ କହିବା ମୁତାବକ ଗତ ଏକ ବର୍ଷ ହେବ ସେହି ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ , ଆଉ ସମସ୍ତ ପ୍ରକାର ସମସ୍ୟାକୁ ନେଇ ନିଜେ ଅବଗତ ଅଛନ୍ତି । ଆଗାମୀ ଦିନରେ ଚ୍ୟାଲେଞ୍ଜର ସହ ଯୁଦ୍ଧ କାଳୀନ ଭିତିରେ ସମସ୍ତ ସମସ୍ୟାର ସମାଧାନ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଧରଣର ମଧ୍ୟାହ୍ନ ଭୋଜନ, ଖାଇବା ଘର ଏବଂ ଖେଳ ପଡିଆ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନଜରକୁ ଆଣି ବିକାଶ କରିବା। ବିଦ୍ୟାଳୟ ପରିସର ମଧ୍ୟରେ କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକଳାପ ଏବଂ ବେଆଇନି କାର୍ଯ୍ୟକୁ ପ୍ରସୟ ଦିଆଯିବ ନାହିଁ। ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ,ବିଦ୍ୟାଳୟର ମୂଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହୁଛି  ଏହାକୁ ଗୁରୁତର ସହ ନେଇ ରାସ୍ତାର ନୂତନ ନିର୍ମାଣ ବ୍ୟବସ୍ଥା କରାଯିବ। ଚଳିତ ଦୁଇ ବର୍ଷ ଧରି ଦଶମ ଶ୍ରେଣୀ ପିଲାଙ୍କର ରେଜଲ୍ଟ ଯାହା ଥିଲା ତାଠାରୁ ଆହୁରି ଅଧିକ ପିଲା କେମିତି ଶତ ପ୍ରତିଶତ ମାର୍କ ରଖିବେ ତାହା ଉପରେ ଗୁରୁତ୍ଵ ଦିଆଯିବ। ସବୁବେଳେ ଛାତ୍ରଛାତ୍ରୀଙ୍କର ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରତିଦିନ ଅଭିଭାବକଙ୍କ ସହିତ ଯୋଗାଯୋଗରେ ରହିବେ। ସ୍ଥାନୀୟ ଗଣମାଧ୍ୟମ , ବୁଦ୍ଧିଜୀବି , ପୂର୍ବତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳର ବିକାଶଧାରାକୁ ଆଗକୁ ନବା ପାଇଁ ନିବେଦନ କରିଛନ୍ତି ଶ୍ରୀମତୀ ସ୍ଵାଧିନା ମଞ୍ଜରୀ ବେହେରା ।

Related posts

ରାଜଧାନୀରେ ବିରିୟାନୀ ବୟ ପଜେଟିଭ ଆତଙ୍କ, ଚକେଇସିଆଣୀ ମାର୍କେଟ ସିଲ

mahabharatanews

୫ ଦିନ ପ୍ରବଳ ବର୍ଷା ସମ୍ଭାବନା,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews

OCS ପରୀକ୍ଷା ଫଳ: ହଟିଲା ଅନ୍ତରୀଣ ଅଙ୍କୁଶ 

mahabharatanews

Leave a Comment