ଓଡିଶା

ବିଭିନ୍ନ ଶୈବ ପୀଠ ଗୁଡିକରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି

(ଜୟନ୍ତ କୁମାର ସେଠୀ, ଗୋପ): ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ବିଭିନ୍ନ ଶୈବ ପୀଠ ଗୁଡିକରେ ଶିବ ବିବାହ ଉତ୍ସବ ପରମ୍ପରା ଅନୁଯାୟୀ କରାଯାଉଛି । ଗତ ବର୍ଷ ଫନି ଶିବ ବିବାହ ଫିକା ପକାଇ ଦେଇଥବା ବେଳେ ଏ ବର୍ଷ ବିଶ୍ବ ମହାମାରୀ କରୋନା ସମ୍ପୁର୍ଣ୍ଣ ଫିକା ପକାଇ ଦେଇଛି । ଏପରିକି କେତକ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । କେବଳ ସେଠାରେ ଠାକୁରଙ୍କ ନୀତିକାନ୍ତି କରାଯାଇଛି । କୌଣସି ପ୍ରଶୋସନ ବା ଜାନି ଯାତ୍ରା ହୋଇ ପାରିବ ନାହିଁ ବୋଲି ରୋକ ଲଗାଇଛନ୍ତି ପ୍ରଶାସନ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ପୂଜିତ ଶିବ ପାର୍ବତୀଙ୍କ ଚଳନ୍ତି ପ୍ରତିମା ସେବକ କିଶୋର ମହାପାତ୍ର, ରଘୁ ମହାପାତ୍ର, ମନ୍ଦିର ପୁରୋହିତ ଗୋପିନାଥ ଦାଶ ଓ ରାମଜୀ ମଠର ପୂଜକ ବଂଶୀଧର ପାଢୀଙ୍କ ଉପସ୍ଥିତିରେ ଶିବ ବିବାହ କାର୍ୟ୍ୟ ଅମାପନ୍ନ ହୋଇଥିଲା । ସେହିପରି ବୀରରାମଚନ୍ଦ୍ରପୁର, ରାୟଖଣ୍ଡୀ, ବୀରଗୋବିନ୍ଦପୁର, ବିଶ୍ୱନାଥପୁର, ବଳପୁର, ବରାଳ ବାଲୁଙ୍କେଶ୍ୱର, ସୁଆଣ୍ଡୋ, ରାୟଚକ୍ରଧରପୁର, ସାରଙ୍ଗଯୋଡି, ବାମଦେଇପୁର, ନୂଆସମେଶ୍ୱରପୁର, ଅଳଗୁମ, ସାକ୍ଷୀଗୋପାଳ ବଜାରରେ ଥିବା ଅନ୍ତେଶ୍ୱର, ମୁଆଁଖିଆ, ଖଜୁରିଶ୍ୱର, କୋଷାଳଶ୍ୱର, ଲକ୍ଷେଶ୍ୱର, ଧବଳେଶ୍ୱର, ବନ୍ତେଶ୍ୱର ଆଦି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଶୈବପୀଠ ଗୁଡିକରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Related posts

ରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ରାଜଧାନୀରେ ହତ୍ୟା ; ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

mahabharatanews

ଶିକ୍ଷକଙ୍କ ଗିରଫକୁ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ବିରୋଧ

mahabharatanews