ଓଡିଶା

ମାଓ ହିଂସା :ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା

(ମାଲକାନଗିରି) :ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା । ଏହିକ୍ରମରେ  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିନ୍ନାଗେଲୁର ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା ହୋଇଛି। ମାଓବାଦୀ କ୍ୟାମ୍ପକୁ ଲକ୍ଷ୍ୟ କରି ଦେଶୀ ରକେଟ୍ ମାଡ଼ କରିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ।

ସୂଚନାନୁଯାୟୀ , ଯବାନମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ପାଲଟା ଗୁଳିଚାଳନା କରିବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। କ୍ୟାମ୍ପରେ ଥିବା ସମସ୍ତ ଯବାନ ସୁରକ୍ଷିତ ଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ଜଙ୍ଗଲପଟୁ ଆସି ଅଚାନକ ଭାବେ କ୍ୟାମ୍ପ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିସହ ହାତ ତିଆରି ରକେଟ୍ କ୍ୟାମ୍ପ ଉପରକୁ ଲକ୍ଷ୍ୟ କରି ଛାଡ଼ିଥିଲେ।

 

 

Related posts

ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର

mahabharatanews

ରାଧାନାଥ ରଥଙ୍କ ୧୨୩ ତମ ଜୟନ୍ତୀ ପାଳିତ

mahabharatanews

ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ସହର

mahabharatanews