ମନୋରଞ୍ଜନ

ଚର୍ଚାରେ ପରିଣୀତି ଏବଂ ରାଘବଙ୍କ ବିବାହ କାର୍ଡ

(ମୁମ୍ବାଇ) : ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ।  ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ ସାରିଥିଲା ।  ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ବିବାହ କରିବେ। ସେପ୍ଟେମ୍ବର ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ।

ସୂଚନାନୁଯାୟୀ, ପରିଣୀତି ଚୋପ୍ରା ଏବଂ ରାଘବଙ୍କ ବିବାହ କାର୍ଡ ଅନୁଯାୟୀ ରୀତିନୀତି ସେପ୍ଟେମ୍ବର ୨୩ ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ। ଚୁଡ଼ି ଉତ୍ସବ ୨୩ ସେପ୍ଟେମ୍ବର ସକାଳ ୧୦ଟାରେ ହେବାକୁ ଥିବାବେଳେ ସଙ୍ଗୀତ ସେପ୍ଟେମ୍ବର ୨୩, ସନ୍ଧ୍ୟା ୭ଟା, ବରଣମାଳା ୨୪ ସେପ୍ଟେମ୍ବର ଅପରାହ୍ନ ୩ଟା ୩୦, ବିବାହ-ପାଣିଗ୍ରହଣ ଅପରାହ୍ନ ୪ଟାରେ ହେବାକୁ ଥିବାବେଳେ ପରିଣୀତିଙ୍କ ପରିବାର ତରଫରୁ ରାତି ୮ଟା ୩୦ରେ ରିସେପ୍ସନ ଭୋଜି ଦିଆଯିବ।

 

 

Related posts

ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହେଲେ ଉର୍ବଶୀ

mahabharatanews

ଭାରତ ତାହା କରିଛି ଯାହା ପାକିସ୍ତାନ କରିପାରିଲା ନାହିଁ…

mahabharatanews

ପରଲୋକରେ ‘ମହାଭାରତ’ର ଶକୁ

mahabharatanews