ଭାରତ

ଭୟାବହ ଅଗ୍ନିକାଣ୍ଡରେ ୫୬ ଜୀବନ୍ତ ଦଗ୍ଧ

(ଭିଏତନାମ) : ଭୟାବହ ଅଗ୍ନିକାଣ୍ଡରେ ୫୬ ଜୀବନ୍ତ ଦଗ୍ଧ । ଭିଏତନାମର ରାଜଧାନୀ ହାନୋଇରେ ଭୟାବହ ଅଗ୍ନିକାଣ୍ତ । ଏକ ୯ ମହଲା ଆପାର୍ଟମେଣ୍ଟ ବ୍ଲକରେ ଅଗ୍ନିକାଣ୍ତ ଘଟି ୫୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ସବୁଠାରୁ ବଡ ଦୁଖଦଃ ଖବର ହେଉଛି ମୃତମାନଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ରହିଛନ୍ତି ।  ବିଲଡିଂରୁ ଉଦ୍ଧାର ହୋଇଥିବା ଅନେକ ଲୋକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତ୍ୟୁକ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ଏହି ୯ ମହଲା କୋଠାରେ ପ୍ରାୟ ୧୫୦  ଲୋକ ରହୁଥିବା ବେଳେ ଉଦ୍ଧାର କର୍ମଚାରୀମାନେ ପ୍ରାୟ ୭୦  ଜଣଙ୍କୁ ଉଦ୍ଧାର କରିଛନ୍ତି। ନିଆଁ ଲିଭାଇ ଦିଆଯାଇଛି କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related posts

ଓମାନ ସୁଲତାନଙ୍କ ସହ ବସିଲା ଦ୍ୱିପାକ୍ଷିକ ବୈଠକ

mahabharatanews

ଦିଲ୍ଲୀରେ ପ୍ରବଳ ଥଣ୍ଡା, ବିମାନ ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ 

mahabharatanews

ସେନା ଗୁଳିରେ ନିହତ ହୋଇଛି ଲସ୍କର-ଏ-ତଇବା କମାଣ୍ଡର

mahabharatanews