ମନୋରଞ୍ଜନ

ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହେଲେ ଉର୍ବଶୀ

(ମୁମ୍ବାଇ) : ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା। ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।  ଏଥିରେ ଉର୍ବଶୀଙ୍କ ଗ୍ଲାମର ଦେଖି ଫଟୋଗ୍ରାଫର ଓ ଦର୍ଶକଙ୍କ ଆଖି ଲାଖି ଯାଇଥିଲା।

ସୂଚନାନୁଯାୟୀ , ସେ କାନ୍ସ ଫେଷ୍ଟିଭାଲ ପାଇଁ ଫ୍ରାନ୍ସରେ ଥିବା ବେଳେ ସୋସିଆଲ୍‌ ମିଡିଆରେ ତାଙ୍କ କିଛି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଫଟୋରେ ସେ ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହୋଇଛନ୍ତି । ଉର୍ବଶୀ ତାଙ୍କ ଗାଉନ୍‌କୁ ମ୍ୟାଚ୍‌ କରି ଲିପ୍‌ଷ୍ଟିକ୍‌ ଲଗାଇଥିବା ବେଳେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଐଶ୍ବର୍ଯ୍ୟା ରାୟଙ୍କୁ ଅନୁକରଣ କରୁଥିବା କହିଛନ୍ତି। ଉର୍ବଶୀ ନିଜେ ତାଙ୍କର ଏହି ଫଟୋକୁ ସୋସିଆଲ୍‌ ମିଡିଆ‌ରେ ସେୟାର କରିଛନ୍ତି।

Related posts

ଭଗବାନ ରାମଙ୍କ ପରେ  ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews

ଖୁବଶୀଘ୍ର ଆସୁଛି ‘ଶ୍ରୀମଦ୍ ରାମାୟଣ’

mahabharatanews