ଭାରତ

ରିଫାଇନେରିରେ ବଡ଼ ଧରଣର ଅଗ୍ନିକାଣ୍ଡ 

(ଆସାମ) :  ସୋମବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ  ଆସାମର ନୁମାଲିଗଡ଼ ରିଫାଇନେରି ଲିମିଟେଡରେ ସୋମବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଶୋଧନାଗାରର ଅଗ୍ନି ନିରାପତ୍ତା ବାହିନୀର କର୍ମଚାରୀଙ୍କ ସମେତ ଦମକଳ ଗାଡ଼ି ଘଟଣା ସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୂଚନାନୁଯାୟୀ ,  ନିଆଁ ଆୟତ୍ତ ମଧ୍ୟରେ ଥିବା ବେଳେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ରିଫାଇନେରିର ହାଇଡ୍ରୋକାର୍ବନ ୟୁନିଟର ଭେସେଲ ଭିଭି-୪ରେ ଅଗ୍ନିକାଣ୍ଡ ପ୍ରଥମେ ଦେଖିବାକୁ ମିଳିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହାର ତଦନ୍ତ ଚାଲିଛି। ଏଥିସହିତ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି ।

Related posts

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews

୨୪ଘଣ୍ଟାରେ ଦେଶରୁ ୮୬୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ‘ଇଡି’ର ଚତୁର୍ଥ ସମନ୍‌

mahabharatanews