ଶିକ୍ଷା

ସ୍ଥଗିତ ରହିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ପିଲାଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଯେମିତି । ଖାତା ଦେଖା ଆରମ୍ଭ ହେବା ସମୟରେ ହିଁ କରୋନା ପାଇଁ ଲକଡାଉନ ହେଲା । ଏହା ପରେ ମେ ୨୦ରୁ ଖାତା ଦେଖା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ସାମୁଦ୍ରିକ ଝଡ ଅମ୍ଫାନ ପାଇଁ ଗୋଟିଏ ଦିନ ଘୁଞ୍ଚାଇଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏବେ ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି। ମାଟ୍ରିକ୍‌ ଉତ୍ତର ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ରାୟ ପରେ ମୂଲ୍ୟାୟନ କେନ୍ଦ୍ର ଚୟନ ଓ ଦୂରତା‌ ନେଇ ଗତକାଲି ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ଗତକାଲିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୫୭ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଅତିବେଶିରେ ୨୦୦ ମୂଲ୍ୟାୟନକାରୀକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସାମାଜିକ ଦୂରତା ସହ ମୂଲ୍ୟାୟନକାରୀ ମାସ୍କ ପରିଧାନ କରିବେ। ସାନିଟାଇଜର ବ୍ୟବହାର କରିବେ ତଥା କେନ୍ଦ୍ରକୁ ପ୍ରତି ସିଟିଂ ପରେ ସାନିଟାଇଜ କରାଯିବ । ଯଦି କୌଣସି ମୂଲ୍ୟାୟନ କେନ୍ଦ୍ରରେ ୨୦୦ ମୂଲ୍ୟାୟନକାରୀ ବସିବାରେ ଅସୁବିଧା ହୁଏ ସେଭଳି ସ୍ଥଳେ କେନ୍ଦ୍ରର ସୁପରଭାଇଜର ନିକଟସ୍ଥ ସମ୍ପ୍ରସାରଣ କେନ୍ଦ୍ରକୁ ମୂଲ୍ୟାୟନ ପାଇଁ ବ୍ୟବହାର କରିପାରିବେ। ଯେଉଁମାନେ ଖାତା ମୂଲ୍ୟାୟନ ‌କରିବାକୁ ଆସିବେ ସେମାନଙ୍କ ଘର ଦୂରତା‌ ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିମିରୁ ଅଧିକ ହୋଇ ନ ଥିବ।
କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ମୂଲ୍ୟାୟନ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମୂଲ୍ୟାୟନକାରୀମାନେ ସେଠାରେ ଯୋଗଦେବା ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ କୁହାଯାଇଛି।

Related posts

ରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତି

mahabharatanews

ଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ୟୁନିଫର୍ମ

mahabharatanews

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

mahabharatanews