ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଆସନ୍ତା ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସମୟରେ ଶେଷ ହୋଇଥିଲେ ମଧ୍ୟ କରୋନା ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା । ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୨୮୮୮ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ସେହିପରି ୬୦ ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା। ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବୋର୍ଡ଼ ର ୨ଟି ୱେବସାଇଟ ସହ, ଏସଏମଏସ ମାଧ୍ୟମରେ ରେଜଲ୍ଟ ପାଇପାରିବେ।
୨୬ ମେରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କରୋନା ଯୋଗୁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଛି। ସେହିପରି ମେ ୨୦ ରେ ସ୍ଥିର ହୋଇଥିଲା ଖାତା ଦେଖା। କିନ୍ତୁ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧ କୁ ପରିବର୍ତ୍ତନ କରାଯାଇଥିଲା। କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।