ଭାରତ

ସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନର

ନୂଆଦିଲ୍ଲୀ: ଆଇଏଫଏସ ଅଫିସର ସଞ୍ଜୟ ବର୍ମାଙ୍କୁ କାନାଡାର ହାଇ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଚିକାଗୋର କନସଲଟାଣ୍ଟ ଜେନେରାଲ ଅଫ ଇଣ୍ଡିଆର ଅମିତ କୁମାରଙ୍କୁ କୋରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚର ଆଇଏଫଏସ ଅଫିସର ଶ୍ରୀ ବର୍ମା ବର୍ତ୍ତମାନ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି। ୫୭ ବର୍ଷୀୟ ଶ୍ରୀ ବର୍ମା ଅଂଶୁମାନ ଗୌରଙ୍କ ପରେ ହାଇ କମିଶନର ଦାୟିତ୍ୱ ସମ୍ଭାଳିବେ। ଶ୍ରୀ ବର୍ମା ହଂକଂ, ଚିନ, ଭିଏତନାମ ଏବଂ ତୁର୍କୀର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡା ଭାରତ ଲାଗି ଇଟାଲୀରେ କନସଲ ଜେନେରାଲ ଅଫ ଇଣ୍ଡିଆ ଭାବେ କାର୍ଯ୍ୟ କରିଛନ୍ତି। ସେ ପାଟନା ୟୁନିଭରସିଟିରୁ ଗ୍ରାଜୁଏସନ ପାସ କରିଥିବାବେଳେ ଆଇଆଇଟି ଦିଲ୍ଲୀରୁ ଭୌତିକ ବିଜ୍ଞାନରେ ସ୍ନାତ୍ତକତ୍ତୋର କରିଛନ୍ତି। ସେହିପରି ଅମିତ କୁମାର ୧୯୯୫ରେ ଭାରତୀୟ ବିଦେଶ ସେବାରେ ଯୋଗଦେଇଥିଲେ। ସେ ପ୍ରଥମେ ୱାଶିଂଟନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ କୁମାର ବୈଦେଶିକ ମନ୍ତ୍ରଣାଳୟର ଉପସଚିବ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ କୁମାର ଆଇଆଇଟି କାନପୁରରୁ ମେକାନିକାଲ ଇଞ୍ଜିନୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Related posts

ଇସ୍ତଫା ଦେଲେ ୱିପ୍ରୋ ସିଇଓ

mahabharatanews

ରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨

mahabharatanews

କାର ଧକ୍କାରେ ଆଖି ବୁଜିଲା ବାଘୁଣୀ 

mahabharatanews