(ମହାଭାରତ/କନ୍ଧମାଳ): କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ବିଦ୍ୟାଳୟରେ ସରକାର ଯୋଗାଇ ଦେଇଛନ୍ତି ମଧ୍ୟ୍ୟହ୍ନ ଭୋଜନ । କିନ୍ତୁ କିଛି ଲୋଭି ପ୍ରଧାନ ଶିକ୍ଷକ ପିଲାଙ୍କ ପେଟରୁ ଦାନା କାଟି ବଳକା ଅର୍ଥକୁ ନିଜର ପକେଟ ଗରମ କରୁଥିବା ଅଭିଯୋଗ ହୋଇଛି । ଏହିଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସୁଡ୍ରୃମିଲା ପ୍ରାଥମିକ ବିଦ୍ୟାଳୟରେ ।
କିଛି ଦିନ ତଳେ ମଧ୍ୟାହ୍ନ ଭୋଜନରେ ରନ୍ଧାଯାଇଥିଲା ସୋୟାବିନ ବଡି । ସୋୟାବିନ ବଡି ତରକାରୀ ନାମରେ ଛାତ୍ର,ଛାତ୍ରୀ ମାନଙ୍କ ଥାଳିରେ ଦେଖିବାକୁ ମିଳିଥିଲା ଭାତ ସହିତ ମାତ୍ର ତିନିପିସ ସୋୟାବିନ ବଡି, ଗୋଟାଏ ଦୁଇଟି ଅ ।ଳୁପିସ ତରକାରୀର ଝୋଳ ବଦଳରେ ଦିଅ ।ଯାଇଥିଲା ଥାଳିଆଏ ପାଣି । କିଛି ପିଲା ଭାତ ଏବଂ ପାଣି ଗୋଳାଇ ଖାଇବାକୁ ବାଧ୍ୟ ହେଉଥିବା ବେଳେ ଅନ୍ୟ କିଛି ପିଲା ଖାଇ ନ ପାରି ଭାତ ଫୋପାଡିବାକୁ ବାଧ୍ୟ ହୋଇଥିଲେ ।
ଏବିଷୟରେ ଅ ।ମେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରୀୟା ନେଇଥିଲୁ କିନ୍ତୁ ସେ ଚିରାଚରିତ ଢଙ୍ଗରେ କହିଥିଲେ ଯେ ସବୁ ଠିକ୍ ·ଲିଛି । ଅ ।ଜି ରୋଷେୟା ଏମିତି ରୋଷେଇ କରିଦେଇଥିବ । ଅ ।ସିଷ୍ଟାଣ୍ଡ ଶିକ୍ଷକ କହିଛନ୍ତି ଛୋଟ ପିଲା । ହାତରେ ଖାଇବା ଶିଖିନାହାନ୍ତି । ବର୍ତ୍ତମାନ ଖାଇବା ଶିଖୁଛନ୍ତି । ତେଣୁ ସେମାନଙ୍କୁ କମ ଦିଅ ।ଯାଇଛି । ଅ ।ମେ ଏବିଷୟରେ ବିଇଓ ମହୋଦୟଙ୍କୁ ଭେଟିଥିଲୁ ସେ କିଛି କହିବାକୁୁ ମନା କରିଥିଲେ । କିନ୍ତୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକାଶ କରିଥିଲେ । ଏହାର ସଠିକ୍ ତଦନ୍ତ କରାଯାଇ ପିଲାମାନଙ୍କ ଖାଦ୍ୟକୁ ଯେଉଁ ଶିକ୍ଷକ ହଡପ କରି ପକେଟ ଗରମ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
previous post
next post