ଭାରତ

କାଶ୍ମୀର: ଷ୍ଟେସନ, ବସ ଷ୍ଟପରେ ପ୍ରବାସୀ ଶ୍ରମିକଙ୍କ ଭିଡ

ଶ୍ରୀନଗର: ମଙ୍ଗଳବାର ଦିନ ହଜାର ହଜାର ପ୍ରବାସୀ ଶ୍ରମିକ କାଶ୍ମୀର ଛାଡିବାକୁ ବ୍ୟାକୁଳ ଥିବା ଦେଖିବାକୁ ମିଳିଛି । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ପରିବାରକୁ ନେଇ ରେଳ ଷ୍ଟେସନ, ବସ ଷ୍ଟପର ଟିକେଟ କାଉଣ୍ଟରରେ ଲମ୍ବା ଧାଡିରେ ଠିଆହୋଇଥିଲେ । କାଶ୍ମୀର ଭାଲି ଛାଡିବାକୁ ପ୍ରବାସୀ ଶ୍ରମିକ ଓ ଅଣ କାଶ୍ମୀର ଲୋକଙ୍କୁ ବିତାଡିତ କରିବାକୁ ଆତଙ୍କବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯିବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ଲୋକଙ୍କର ଭିଡ ଜମ୍ମୁ ଓ ଉଦାମପୁର ରେଳ ଷ୍ଟେସନ ଓ ବସ ଷ୍ଟପରେ ଜମିବାରେ ଲାଗିଛି । ସମୟ ପୂର୍ବରୁ ଲୋକେ ଏସବୁ ସ୍ଥାନରେ ରୁଣ୍ଡ ହେଉଛନ୍ତି । ତେଣୁ ଷ୍ଟେସନ ଓ ବସ ଷ୍ଟପର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ବୋଲି ଜରେ ଅଧିକାରୀ ସୂଚନ।। ଦେଇଛନ୍ତି ।
ଜମ୍ମୁ ରେଳ ଷ୍ଟେସନ ବାହାରେ ପୁରୁଷ, ମହିଳା ଓ ପିଲାମାନେ ବହୁ ସଂଖ୍ୟାରେ ରାସ୍ତା ଉପରେ ଧାଡିରେ ଅପେକ୍ଷାରେ ରହିଛନ୍ତି । ଆନୁମାନିକ ଭାବେ ୩ରୁ ୪ ଲକ୍ଷ ପ୍ରବାସୀ ଶ୍ରମିକ, ଯେଉଁମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ଉତ୍ତରାଖଣ୍ଡର ହିନ୍ଦୁ ପ୍ରତିବର୍ଷ ମାର୍ଚ୍ଚ ମାସରେ କାଶ୍ମୀର ଭାଲିକୁ ଯାଇଥାନ୍ତି । ଶୀତ ପୂର୍ବରୁ ନଭେମ୍ବରରେ ଘରକୁ ଫେରିଥାନ୍ତି । କିନ୍ତୁ ବର୍ତ୍ତମାନ ଆତଙ୍କବାଦୀଙ୍କ ଦ୍ୱାରା ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ସେମାନେ ମାନସିକ ଚାପ ମଧ୍ୟରେ ସେଠାରୁ ଖସି ପଳାଇବାକୁ ଯୋଜନା କରୁଛନ୍ତି ।

Related posts

ଦୁନିଆର ସବୁଠାରୁ ଛୋଟ ମହିଳା ଦେଲେ ଭୋଟ

mahabharatanews

ଭାରତରେ ସର୍ବନିମ୍ନ କରୋନା ସଂକ୍ରମଣ ରେକର୍ଡ

mahabharatanews

ରାମ ମନ୍ଦିରର ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ ଶେଷ 

mahabharatanews