ବିଶ୍ୱ

ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖି ଗିରଫ ହେଲେ ଆମେରିକାର ୬ ଜଣ ଶିକ୍ଷୟତ୍ରୀ

ୱାଶିଂଟନ୍ :  ସମାଜରେ ଶିକ୍ଷାଦାତାଙ୍କୁ ସର୍ବଦା ଭଗବାନଙ୍କ ଆକ୍ଷା ଦିଆଯାଏ । ତାଙ୍କୁ ପୂଜା କରାଯାଏ । କିନ୍ତୁ ଏମିତି କିଛି ଘଟିଯାଇଛି ଯାହା ଗୁରୁଶିଶ୍ୟ ସମ୍ପର୍କରେ କଳା ଦାଗ ଲାଗଇଦେଇଛି । ହଁ ଦର୍ଶକ ବନ୍ଧୁ, ଛାତ୍ରଙ୍କ ସହ ଶିକ୍ଷୟିତ୍ରୀଙ୍କ ଯୌନ ସଂପର୍କ ଏବେ ପଦାରେ ପଡିଛି । ଏଭଳି ସଙ୍ଗିନ ଘଟଣା ସାମ୍ନାକୁ ଆସିବା ପରେ ୨ ଦିନରେ ଗିରଫ ହୋଇଛନ୍ତି ୬ ଜଣ ଶିକ୍ଷୟତ୍ରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଆମେରିକାରେ । ଜଣେ ୩୮ ବର୍ଷୀୟା ଶିକ୍ଷୟିତ୍ରୀ ଏଲେନ ଶେଲ୍‌ଙ୍କ ନାଁରେ ଥାର୍ଡ ଡିଗ୍ରୀ ରେପ୍‌ ଦଫା ଲାଗିଛି। ୨

ଜଣ ୧୭ ବର୍ଷୀୟ ବାଳକଙ୍କ ସହ ଜୋର ଜବରଦସ୍ତ ଯୌନ ସଂପର୍କ ରଖିଥିଲେ ଏଲେନ। ତାଙ୍କ ବିରୋଧରେ ଆପରାଧିକ ମାମଲା ହୋଇଛି। ତେବେ ଏଲେନ ଉଡଲନ୍‌ ହେଉଛନ୍ତି ପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ । ଅନ୍ୟ ଜଣେ କ୍ଷିୟକ୍ଷିତ୍ରୀ କ୍ରିଷ୍ଟେନ ଗାଣ୍ଟ ଜଣେ ନାବାଳକ ସହ ୫ ଥର ଯୌନ ସଂପର୍କ ରଖିଥିଲେ । ସେ ପୁଣି ସ୍କୁଲ ଭିତରେ । କେବଳ ସ୍କୁଲ ଭିତରେ ନୁହେଁ ବରଂ ସ୍କୁଲ ବାହାରେ ମାଧ୍ୟ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଗିରଫ କ୍ରିଷେ୍‌ଟନଙ୍କ ବୟସ ୩୬ ବର୍ଷ। ଗିରଫ ହୋଇଥିବା ୬ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ । ଦୁଇ ଜଣଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ । ସମସ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର ହୋଇଛି। ଏମାନେ ସମସ୍ତେ ଛାତ୍ରଙ୍କ ସହ ଏକାଧିକ ଥର ଯୌନ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା।

Related posts

ଟୋକିଓ ବିମାନ ବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା

mahabharatanews

୨୦୧୮ ଅଚଳ ହୋଇପଡ଼ିଥିଲା ଉପଗ୍ରହଟି ଆଜି ପୃଥିବୀ ପୃଷ୍ଠରେ ଖସିବା ନେଇ କହିଛି ମହାକାଶ ଗବେଷଣା ସଂସ୍ଥା ନାସା

mahabharatanews

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ଖସିଲା ଶେୟାର ବଜାର ।

mahabharatanews