ଅପରାଧ

ନାବାଳିକା ବଳାକ୍ରାର, ଗର୍ଭପାତ ଘଟଣା: ଅଭିଯୁକ୍ତ ଡାକ୍ତର ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ଗର୍ଭପାତ କରାଇଥିବା ଡାକ୍ତର ଗିରଫ । ବିରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ସକାଳେ ଡାକ୍ତରଙ୍କୁ ପଚରାଉଚରା ପାଇଁ ବିରମିତ୍ରପୁର ଥାନାକୁ ଡାକିଥିଲା। ସେଠାରେ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁର ଥାନାର ବହିଷ୍କୃତ ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ଗିରଫ କରାଯାଇ ଥିଲା । ତାଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଅନୁଗୁଳ ବଇଣ୍ଡା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଥିଲା।
ଏଠାରେ କହିରଖୁ କି, ଜଣେ ଅସହାୟ ନାବାଳିକାକୁ ବଳାତ୍କାର ଓ ଗର୍ଭପାତ ମାମଲାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ଅଛନ୍ତି।

Related posts

ପୁଲିସ ଗୁଳିରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ

mahabharatanews

ଗୁପ୍ତେଶ୍ୱର ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

୪ ଜଣଆ ଟିମ ଡିଏଫଓଙ୍କୁ ଜେରା କରୁଛି

mahabharatanews

Leave a Comment