ଅପରାଧ

ନାବାଳକଙ୍କୁ ହତ୍ୟା ଘଟଣାରେ ୪ ଗିରଫ

(ଆଦର୍ଶ ରାଉତ/ଭୁବନେଶ୍ୱର): ରାଜଧାନୀର ଖଣ୍ଡଗିରି ଥାନା ଭରତପୁରରେ ଜଣେ ନାବାଳକ ଛାତ୍ରକୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ଦୁର୍ବୃତଙ୍କ ଖଣ୍ଡା ଓ ଭୂଜାଲି ଚୋଟରେ ଭରତୁପର ଅଂଚଳର ଅଶ୍ୱିନୀ ପାଢୀଙ୍କର ମୃତ୍ୟୁ ଘଟିଛି । ପୁଲିସ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ଭରତପୁରରେ ଚାପା ଉତେଜନା ଲାଗି ରହିଛି ।
ଅଭିଯୋଗ ଅନୁସାରେ, ଗତ ୨ ତାରିଖ ଦିନ ପୂର୍ବାହ୍ଣରେ ଅଶ୍ୱିନୀ ଘରୁ ଏକ ହଜାର ଟଙ୍କା ନେଇ ଦୋକାନକୁ ଯାଇଥିଲେ । ରାସ୍ତାରେ ସେହି ଅଂଚଳର କିଛି ନିଶାଖୋର ଯୁବକ ତାଙ୍କୁ ଅଟକାଇ ଟଙ୍କା ଛଡାଇଥିଲେ । ସେ ମନା କରିବାରୁ ତାଙ୍କୁ ଉଠାଇ ନେଇ ନିସ୍ତୁକ ମାଡ ମାରିବା ସହ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ମଙ୍ଗଳବାର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଭରତପୁରରେ ଉତେଜନା ପ୍ରକାଶ ପାଇଥିଲା । ପୁଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି ।
ତେବେ ଏହି ଘଟଣା ପଛରେ ପୂର୍ବ ବିବାଦ ମୂଳ କାରଣ ଥିବା ପୁଲିସ ତଦନ୍ତରୁ ଜଣାପଡିଛି । ପୁଲିସ କହିବାନୁସାରେ, କ୍ଲବକୁ ନେଇ କିଛିଦିନ ହେଲା ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । କେଉଁ କ୍ଲବରେ କେତେ ଅଧିକ ସଦସ୍ୟ ରହିବେ, ସେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଘଟଣାରେ ଅଶ୍ୱିନୀ ଗୋଟିଏ ପକ୍ଷର ମଙ୍ଗୁଆଳ ସାଜିଥିଲା । ଉକ୍ତ ଘଟଣାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି । ଘଟଣାକୁ ଗମ୍ଭିରତାର ସହ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି

Related posts

ଦଳିତ ନାବାଳିକାକୁ ବସ ଭିତରେ ଦୁଷ୍କର୍ମ: ୩ ଅଟକ

mahabharatanews

ରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲ

mahabharatanews

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews