(ମିଜୋରାମ) : ଆଜି ପ୍ରକାଶ ପାଇବ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩। ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଭୋଟ୍ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗୁଡିକର ଗଣତି ହେବ । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହେବ ଇଭିଏମର ଭୋଟ ଗଣତି ।
ସୂଚନାନୁଯାୟୀ , ୪୦ ଆସନ ବିଶିଷ୍ଟ ରାଜ୍ୟ ମିଜୋରାମରେ ସରକରା ଗଠନ ଲାଗି ୨୧ ଆସନ ଦରକାର । ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ଆଶା ଦେଖାଯାଇନାହିଁ । ବିଧାନସଭା ନିର୍ବାଚନ ୨୦୨୩ ଛତିଶଗଡ ମାତ୍ର ରବିବାର ପଡ଼ୁଥିବାରୁ ଏକାଧିକ ସଂଗଠନ ବିରୋଧ କରିଥିଲେ । ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ । ରବିବାର ୩ ତାରିଖ ହେଉଛି ଇଷ୍ଟର । ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ତେଣୁ ଦାବି ଅନୁସାରେ ତାରିଖ ବଦଳାଇଥିଲେ ନିର୍ବାଚନ କମିଶନ ।
