ଓଡିଶା

ଶପଥ ଗ୍ରହଣ କଲେ ଦୁଇ ନୂତନ ବିଚାରପତି

 (କଟକ) : ଶପଥ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ଦୁଇ ନୂତନ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଶପଥପାଠ କରାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର।

ସୂଚନାନୁଯାୟୀ ,  ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ୨୦୨୩ ଅଗଷ୍ଟ ୧୭ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବିଶିଷ୍ଟ ଆଇନଜୀବୀ ଶ୍ରୀ ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ବେହେରାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ବେଳେ ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Related posts

ଆମ୍ବ ଖାଇଲେ ଓଜନ ହ୍ରାସ ହୋଇଥାଏ

mahabharatanews

ଡେଙ୍ଗୁ ଆତଙ୍କ;  ଖୋର୍ଦ୍ଧାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ

mahabharatanews

 ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

mahabharatanews