ଭାରତ

କେଜ୍ରିୱାଲଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଆପ ବିଧାୟକ ସୁନୀତା କେଜ୍ରିୱାଲଙ୍କୁ ଭେଟିବାକୁ ଆସୁଛନ୍ତି। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଏକ ବଡ ପରିବର୍ତ୍ତନ ହୋଇପାରେ। ସୌରଭ ଭରଦ୍ୱାଜ, କୈଲାଶ ଗେହଲୋଟ୍ ସିଏମ୍ ବାସଭବନରେ ମଧ୍ୟ ଉପସ୍ଥିତ ଅଛନ୍ତି।

ସୂଚନାନୁଯାୟୀ , ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଦଳର କହିବାନୁସାରେ, ସୁନୀତା କେଜ୍ରିୱାଲଙ୍କ ରାଜନୈତିକ ରାସ୍ତାକୁ ସଫା କରିବାକୁ ଏହା ଏକ ପ୍ରୟାସ। ଗତକାଲି ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ତିହାର ଜେଲ୍ରେ ରହିବେ । ଏନେଇ ଜେଲ୍ ପକ୍ଷରୁ ବ୍ୟବସ୍ଥା ଆରମ୍ଭ ହୋଇଛି । ତିହାରର ୨ ନମ୍ବର ଜେଲରେ ୨୪ ଘଂଟିଆ ସିସିଟିଭି ନଜରରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସପ୍ତାହକୁ ୨ ଥର ଅରବିନ୍ଦଙ୍କୁ ଭେଟିପାରିବେ ପରିବାର ଲୋକେ ।

Related posts

ଟ୍ୱିଟର ପରେ କୋକାକୋଲା : ଏଲନ୍ ମସ୍କ

mahabharatanews

ସିକ୍କିମ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ 

mahabharatanews

ଗାଜା ରିଲିଫ୍‌ କେନ୍ଦ୍ରରେ ପାଟିତୁଣ୍ଡ,୨୦ ମୃତ

mahabharatanews

Leave a Comment