ଭାରତ

” ଦଳରେ ଯୋଗ ନ ଦେଲେ ଗିରଫ ହେବ” 

(ଦିଲ୍ଲୀ): ଦଳରେ ଯୋଗ ଦିଅ। ନହେଲେ ଗିରଫ ହେବ। ଏଭଳି କିଛି କଥା ଏବେ ବିଜେପି ଧମକ ଦେଉଥିବା କରିଛନ୍ତି ଆପ୍ ନେତ୍ରୀ ଅତିଶି ମାର୍ଲେନା। ଆପର ବଡ଼ ବଡ଼ ନେତା ଗିରଫ ହୋଇ ଜେଲ ଯିବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇଡି ହେପାଜତରେ ରହିଛନ୍ତି। ଏଭଳି କିଛି ସାମ୍ବାଦିକ ସମ୍ମିଳନୀ ରେ ସେ କହୁଥିବା ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ , ସେ ଦାବି କରିଛନ୍ତି ଯେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ତାଙ୍କୁ ଧମକ ଦେବା ଆରମ୍ଭ କରିଛି। ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଥିବା କହିଛନ୍ତି ଅତିଶି। ‌ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ।

Related posts

ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍

mahabharatanews

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ 

mahabharatanews

ଭୋଟ ଦେଲେ ରାଷ୍ଟ୍ରପତି ଦୌପତୀ ମୁର୍ମୁ

mahabharatanews