ଭାରତ

‘ଭାରତ ବନ୍ଦ’: ନୋଏଡରେ ୧୪୪ ଧାରା ଲାଗୁ 

(ନୋଇଡା) :  ୟୁନାଇଟେଡ୍ କିସାନ୍ ଏବଂ କିସାନ୍ ମଜଦୁର ମୋର୍ଚ୍ଚା ମିଳିତ ଭାବେ ୧୬ଫେବୃଆରୀରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ‘ଭାରତ ବନ୍ଦ’ଡାକରାକୁ ନଜରରେ ରଖି ୧୬  ଫେବ୍ରୁଆରୀରେ ନୋଏଡରେ ୧୪୪ ଧାରା ଲାଗୁ କରାଯାଇଛି ।

ସୂଚନାନୁଯାୟୀ ,ବୁଦ୍ଧ ନଗର ପୋଲିସ କହିଛି ଯେ, ସିଆରପିସିର ଧାରା ୧୪୪ଅନୁଯାୟୀ ଅନଧିକୃତ ଜନ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। କୃଷକ ସଂଗଠନର ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଦେଶ ଅନୁଯାୟୀ, ରାଜନୈତିକ, ଧାର୍ମିକ ସଭାରେ ୫ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ କିମ୍ବା କୌଣସି ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିର୍ଦ୍ଦେଶରେ ସରକାରୀ ପ୍ରତିଷ୍ଠାନଗୁଡିକର ୧କିଲୋମିଟର ବ୍ୟାସାର୍ଦ୍ଧରେ ଘରୋଇ ଡ୍ରୋନ୍ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ।

Related posts

ଦିଲ୍ଲୀରେ ପ୍ରବଳ ଥଣ୍ଡା, ବିମାନ ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ 

mahabharatanews

” ଦେଶରେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ହେବା ଉଚିତ,କହିବା ଆବଶ୍ୟକ ନାହିଁ” : ବ୍ୟାପାର ମନ୍ତ୍ରୀ

mahabharatanews

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

mahabharatanews