ଓଡିଶା

ମହାମାୟୀ ମହିଳା କଲେଜରେ ମୋବାଇଲ ନିଷେଧ

ଅସନ୍ତୋଷ ବ୍ୟକ୍ତ କଲେ ଛାତ୍ରୀ
ବ୍ରହ୍ମପୁର: ଡିଜିଟାଲ ଯୁଗରେ ସ୍ମାର୍ଟ ଫୋନ ଉପରେ କଟକଣା ଲଗାଇଛନ୍ତି ବ୍ରହ୍ମପୁର ମହାମାୟୀ ମହିଳା କଲେଜର କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ଅଧ୍ୟକ୍ଷ ସ୍ମାର୍ଟଫୋନ ସହିତ କଲେଜ ଭିତରକୁ ପ୍ରବେଶ ନକରିବା ପାଇଁ ନେଟିସ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ସଂପ୍ରତି ଛାତ୍ରୀମାନଙ୍କର ବ୍ୟାଗ ଚେକ କରାଯାଇ କଲେଜ କ୍ୟାମ୍ପସ ଭିତରକୁ ଛଡାଯାଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ଜୁଲାଇ ୩୦ ତାରିଖରୁ ଏହି ଗାଇଡଲାଇନ ଜାରି କରିବା ଫଳରେ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛନ୍ତି। କରୋନା ମହାମାରୀ ସମୟରେ ପିଲାମାନେ ଅନଲାଇନ ପାଠପଢା ଲାଗି ମୋବାଇଲ ଫୋନ କିଣିଥିଲେ। ବର୍ତ୍ତମାନ କଣ ପାଇଁ ଏହାକୁ ବ୍ୟାନ କରାଗଲା ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି। ଏପଟେ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ଠିକ ଥିବା ଦର୍ଶାଇଛନ୍ତି। କଲେଜରେ ଭଲ ରେଜଲ୍ଟ ଓ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ଏ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଛାତ୍ରୀମାନେ ଜିଦରେ ଅଟଳ ରହିଛନ୍ତି।

Related posts

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

mahabharatanews

 ପ୍ରଗତି ପ୍ରିୟଦର୍ଶିନୀ ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ ବିଜୟିନୀ

mahabharatanews

ବାଲୁକା କଳାରେ ବୃହତ୍‌ ସାନ୍ତାକ୍ଲଜ

mahabharatanews