ଭାରତ

ମୋହିତ ପାଣ୍ଡେ ଅଯୋଧ୍ୟ ରାମ ମନ୍ଦିର ପୂଜାରୀ

ଅଯୋଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୨ରେ ମନ୍ଦିରରେ ବିରାଜ କରିବେ ପ୍ରଭୁ ରାମଚନ୍ଦ୍ର । । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ରୂପେ ଦାୟିତ୍ୱ ସଂପାଦନ କରିବେ । ଏହି ଅବସରରେ ସାରା ଦେଶରୁ ଆସିବ ଭିଭିଆଇପି ଅତିଥିବୃନ୍ଦ ରାମ ମନ୍ଦିରକୁ ନେଇ ଏବେଠୁ ଦେଶରେ ଦେଥିବାକୁ ମିଳିଛି ଉତ୍ସବର ମାହୋଲ ।

ସେପଟେ ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ଭାବରେ ଚୟନ କରାଯାଇଛି। ମୋହିତ ଗାଜିଆବାଦର ବାସିନ୍ଦା। ସେ ୨୦୦୨ ନଭେମ୍ବର ୧୦ରେ ସୀତାପୁରର ବେଲ୍‌ହାଉରାରେ ଜନ୍ମଗ୍ରହଣ କରିଥିଲେ। ୩୦୦୦ ଲୋକଙ୍କ ସାକ୍ଷାତକାର ପରେ ତାଙ୍କୁ ବଛାଯାଇଛି। ତାଙ୍କ ବ୍ୟତୀତ ଅନ୍ୟ ୪୯ ଜଣଙ୍କୁ ମଧ୍ୟ ପୂଜାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ମନୋନୀତ ହେବା ପରେ ବର୍ତ୍ତମାନ ମୋହିତ ଏବଂ ତାଙ୍କର ଅନ୍ୟ ସାଥୀମାନଙ୍କୁ ୬ ମାସିଆ ପ୍ରଶିକ୍ଷଣ ଦିଆଯାଉଛି।

ଦୁଧେଶ୍ୱରର ପୀଠାଧିଶ୍ୱର ଶ୍ରୀ ମହନ୍ତ ନାରାୟଣ ଗିରି କହିଛନ୍ତି ଯେ ଭଗବାନ ଦୁଧେଶ୍ୱରଙ୍କ କୃପାରୁ ମୋହିତଙ୍କୁ ପ୍ରଭୁ ଶ୍ରୀରାମଙ୍କ ସେବା କରିବା ପାଇଁ ଚୟନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ହଜାର ହଜାର ଛାତ୍ରଙ୍କୁ ବେଦ ଓ କର୍ମକାଣ୍ଡର ଶିକ୍ଷା ଦିଆଯାଇଛି। ଆମେ ଗତ ୨୩ ବର୍ଷ ଧରି ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛୁ।

ପାଠପଢ଼ା ସମୟରେ ହିଁ ମୋହିତ ରାମ ମନ୍ଦିରରେ ପୂଜାରୀ ପାଇଁ ଆବେଦନ କରିଥିଲେ। ଏବେ ମୋହିତ ଚୟନ ହେବା ପରେ ସମଗ୍ର ଗାଜିଆବାଦର ସନ୍ଥ ସମାଜରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

Related posts

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

mahabharatanews

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତି

mahabharatanews