ବିଶ୍ୱଭାରତ

ଆତଙ୍କିତ କରୁଛି ମଙ୍କିପକ୍ସ ଭାଇରସ

ନୂଆଦିଲ୍ଲୀ: ଆତଙ୍କିତ କରୁଛି ମଙ୍କିପକ୍ସ ଭାଇରସ । ଏବେ ଆଉ ୨ ଦେଶକୁ ଡେଇଁଲା ମଙ୍କିପକ୍ସ ଭାଇରସ । ଇସ୍ରାଏଲ ତେଲ୍ ଆଭିବ୍ ଅନ୍ତର୍ଗତ ଇଚିଲୋଭରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ସେଠାରେ ସତର୍କତା ଜାରି କରଯାଇଛି । ସୁଇଜରଲ୍ୟାଣ୍ଡ ବର୍ନରେ ମଧ୍ୟ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ଏହି ଦୁଇ ଦେଶକୁ ମିଶାଇ ମଙ୍କିପକ୍ସ ୧୪ଟି ରାଷ୍ଟ୍ରକୁ ନିଜ କାୟା ବିସ୍ତାର କରିସାରିଲେଣି । ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥି ବେଳେ ଏବେ ଚିନ୍ତା ବଢ଼ିବାରେ ଲାଗିଛି ।

ଅନ୍ୟପଟେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱତନ୍ତ୍ର କମିଟିର ଅନୁସନ୍ଧାନ ଜାରି ରହିଛି । ଗତକାଲି ଅନୁଷ୍ଠିତ ବୈଠକରେ ଏହି ସଂକ୍ରମଣର ତରିକା, ନିରାକରଣ ଆଦି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ଦେଶର ପ୍ରଶାସନ ସହ ସଂଗଠନର ବିଶେଷଜ୍ଞମାନେ ଯୋଗସୂତ୍ରରେ ରହିଛନ୍ତି ଏବଂ ବିଭିନ୍ନ ପରାମର୍ଶ ଦିଆଯାଉଥିବା କୁହାଯାଇଛି । ରୋଗ ସମ୍ପର୍କରେ ଅଧିକ ଗବେଷଣା ଓ ନିରାକରଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଂଗଠନ ।

Related posts

ଅଯୋଧ୍ୟାରେ ୪୫କିଲୋର ରାମାୟଣ

mahabharatanews

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

mahabharatanews

ଆଜି ଦେଶ ପାଳୁଛି ପବିତ୍ର ଶ୍ରୀରାମ ନବମୀ 

mahabharatanews