ଓଡିଶାଭାରତ

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

(ଦିଲ୍ଲୀ) :  ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଥମିବାର ନାଁ ଧରିନଥିବା ବେଳେ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ ‘ମଙ୍କିପକ୍ସ’। ଯାହାକୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ଏଥିସହ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭାଇରସ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି।

ତେବେ ଏହି ଭାଇରସକୁ ନେଇ ଏବେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ଭୂତାଣୁ ଏବେ ପବନରେ ବି ବ୍ୟାପୁଥିବା ସନ୍ଦେହ କରାଯାଉଛି। ଏହି ମଙ୍କିପକ୍ସ ଭାଇରସ ପବନରେ ବ୍ୟାପିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌ ତଥା ସିଡିସିର ଅଧିକାରୀମାନଙ୍କ ସନ୍ଦେହ ମୁତାବକ, ‘ଏହି ମଙ୍କିପକ୍ସ ଭାଇରସ କମ୍‌ ଦୂରତା ଯାଏଁ ପବନରେ ବ୍ୟାପିପାରେ।’ ଏଥିପାଇଁ ସାଧାରଣ ଜନତା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ସୂଚନାନୁଯାୟୀ ,  ମଙ୍କିପକ୍ସ ଭାଇରସରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ପିନ୍ଧିବା ଦ୍ୱାରା ମଙ୍କିପକ୍ସ ସମେତ ଅନେକ ରୋଗରୁ ଦୂରେଇ ରହିପାରିବା ବୋଲି ସିଡିସି କହିଛି। ଯେଉଁ ଦେଶରେ ମଙ୍କିପକ୍ସ ମାମଲା ସକ୍ରିୟ ରହିଛି, ସେଠାକାର କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମାକ୍ସ ପିନ୍ଧିବାକୁ ସିଡିସି ପରାମର୍ଶ ଦେଇଛି। ଏଥିସହ ଯେଉଁ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ଅଛନ୍ତି, ସେମାନଙ୍କ ପାଖରୁ ଘର ଲୋକଙ୍କୁ ଦୂରେଇ ରହିବାକୁ କୁହାଯାଇଛି। ତେବେ ମଙ୍କିପକ୍ସ ଭାଇରସ ପବନରେ ବ୍ୟାପିଛି ନା ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ କେବଳ ସନ୍ଦେହ କରାଯାଉଛି।

Related posts

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ ମୃତ୍ୟୁ

mahabharatanews

ଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?

mahabharatanews

ଆଉ ୨ଦିନ ଜାରି ରହିବ ହିଟୱେଭ

mahabharatanews