ମନୋରଞ୍ଜନ

ନାଲି ଶାଢ଼ୀ ପିନ୍ଧି ବଧୂ ବେଶରେ ନୟନତାରା

(ମୁମ୍ବାଇ) : ସରିଲା ବହୁପ୍ରତିକ୍ଷିତ ବିବାହ। ନାଲି ଶାଢ଼ୀ ଓ ଚୁଡି ପିନ୍ଧି ବିଘ୍ନେଶଙ୍କ ସହ ସାତ ଫେରା ନେଲେ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି।

ବିବାହ ଶେଷ ହେବା ପରେ ଉଭୟ ଶିବନ ଏବଂ ନୟନତାର ସେମାନଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ଦୁହିଁଙ୍କ ବିବାହ ବେଳର ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ଦୁହେଁ ବିବାହ ଫଟୋ ଓ କ୍ୟାପ୍‌ସନ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଫ୍ୟାନ୍‌ମାନେ ମଧ୍ୟ ନୟନତାରାଙ୍କୁ ବଧୂ ବେଶରେ ଦେଖି ବେଶ୍‌ ଖୁସି ଅଛନ୍ତି। ଉଭୟ ନୟନତାରା ଓ ବିଘ୍ନେଶଙ୍କ ୱେଣ୍ଡିଂ ଲୁକ୍‌ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ସମସ୍ତେ ତାଙ୍କୁ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ନୟନତାରା ଓ ବିଘ୍ନେଶଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ସାମ୍ନାକୁ ଆସିଥିବା ଫଟୋରେ ନୟନତାରା ଲାଲ ରଙ୍ଗର ବ୍ରାଇଡାଲ ଶାଢ଼ୀ ପିନ୍ଧିଛନ୍ତି। ଏଥିସହ ମୁଣ୍ଡରେ ଗଜରା ଓ ନୀଳ ରଙ୍ଗର ହେବି ଜୁଏଲାରୀ ପିନ୍ଧି ବେଶ୍‌ ଆଟ୍ରାକ୍ଟ ଲାଗୁଛନ୍ତି। ସେହିପରି ବିଘ୍ନେଶ ମଧ୍ୟ ପାରମ୍ପରିକ ବିବାହ ପୋଷକରେ ବେଶ୍‌ ହ୍ୟାଣ୍ଡସନ ନଜର ଆସିଛନ୍ତି।

Related posts

୨୦ରେ ରିଲିଜ ହେବ ଟାଇଗରଙ୍କ ଫିଲ୍ମ ‘ଗଣପତ’

mahabharatanews

ଡେଟ‌ରେ ଗଲେ ଆଦିଲ ଖାନ୍ ଦୁରାନୀ

mahabharatanews

ପୂର୍ବତନ ପତ୍ନୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ କୁମାର ସାନୁ…

mahabharatanews